STORYMIRROR

Mamatamanjari Das

Romance

4  

Mamatamanjari Das

Romance

ପିଉଛି ଏଠି ମୁଁ ମିଠା ଜହର

ପିଉଛି ଏଠି ମୁଁ ମିଠା ଜହର

1 min
336


ନୀରବ ନୀରବ ପ୍ରେମର ପରବ

ତୁମ ବିନା ଉଦାସିଆ

ନୀରସ ଜୀବନ ଉଦାସ ଏ ମନ

ତୁମ ବିନା ଖାଲି ପ୍ରିୟା ।

ଦିନ ନିରିଜନ ରାତି ଶୁନଶାନ୍

ତୁମ ବିନା ଆଜି ଏକେଲା ମୁହିଁ

ମନେ ପଡିଗଲେ ତୁମ ସେ ଚାହାଣୀ

ହୃଦୟ ଭିତର ହୁଏ ମୋ ଦହି ।

ତୁମେ ଚାଲିଗଲ ମୋ ଦୁନିଆ ଛାଡି

ହୃଦୟେ ରହିଲ ସ୍ମୃତିଟେ ହୋଇ

ତୁମେ ଗଲାପରେ ମୁଁ ଚେଇଁଗଲି

ସପନ ରହିଲା ସପନ ହୋଇ ।

ତୁମ ଶେଷବେଳ ସେ କରୁଣ ଚାହାଣୀ

ଏବେବି ମୋ ହୃଦେ ଭରଇ କୋହ

କହିପାରେ ନାହିଁ କାହାକୁ ମୁଁ ପ୍ରିୟା

ଏକାନ୍ତରେ ବସି ଗଡାଏ ଲୁହ ।

ଆସିଥିଲ ଯେବେ ମୋ ଜୀବନେ ପ୍ରିୟା

ସପ୍ତରଙ୍ଗ ଦେଇଥିଲ ଭରି

ତୁମେ ଚାଲିଗଲ ଅଫେରା ପଥରେ

ଏବେ ମୁଁ ହେଉଛି ଝୁରି ।

ମିଠା କଥା କହି ମନ ନେଲ ମୋହି

ଚାହାଣୀରେ କଲ ଅତି ନିଜର

ତୁମେ ଶୋଇଗଲ ଛଖଣ୍ଡ କାଠରେ

ଏବେ ପିଉଛି ମୁଁ ମିଠା ଜହର ।


Rate this content
Log in

Similar oriya poem from Romance