ଦାରୁ ଦିଅଁ
ଦାରୁ ଦିଅଁ
ମୋ ଦାରୁ ଦିଅଁ ପରି କିଏ
ହୋଇବ ନାହିଁ
ଭକତ ଜନ ଙ୍କୁ ଯିଏ
ନେବରେ କୋଳାଇ ।
ନୀଳ ମାଧବ ହୋଇ ପୂଜା ପାଇଲା
ଶବର ରାଜା ଙ୍କୁ ସେ ଦର୍ଶନ ଦେଲା
ନୀଳ ଗିରି ପର୍ବତ ରେ ଉଭା ହୋଇଲା
ନୀଳ ସାଗର ତୀରେ ଭାସି ଆସିଲା ।
ମୋ ଦାରୁ ଦିଅଁ ବସିଛି
ନିଜର ହୋଇ
ଭୁଜ ଦେଖାଇ ଡାକୁଛି
ନେବ କୋଳାଇ
ମୋ ଦାରୁ ଦିଅଁ ପରି ।
କିଏ କହେ ତାକୁ ମନୁଆ ଠାକୁର
ମନ ମାନି ଥିଲେ ଦୁଃଖ ଶୁଣେ ମୋର
ଲୀଳା କରୁ ଅଛି ରହି ଶ୍ରୀ ମନ୍ଦିର
ଖୋଲି ଦେଇ ଅଛି ଆନନ୍ଦ ବଜାର ।
ମୋ ଦାରୁ ଦିଅଁ ଦେଖରେ
ରହିଛି ଅନାଇ
ପଲକ ପଡେ ନାହିଁ
ତା ଭକତ ପାଇଁ
ମୋ ଦାରୁ ଦିଅଁ ପରି କିଏ
ହୋଇବ ନାହିଁ ।