Suresh chandra Padhy

Fantasy

4  

Suresh chandra Padhy

Fantasy

ନେରେ କାଳିଆ

ନେରେ କାଳିଆ

1 min
7



ନେରେ କାଳିଆ ନେ,

       ତୋ ନରେନ୍ଦ୍ର କୂଳକୁ ନେ

ବୈଶାଖ ମାସରେ, ମାଧବ ରୂପରେ

       ତୋ ଚରଣ ତଳକୁ ନେ ...।


ହୃଦୟ ଭିତରେ ଝୁରୁଛି ମୁହିଁ ରେ

    କରୁଅଛି ତତେ ପ୍ରୀତି

ମାୟାର ସାଗରେ ନ ଜାଣି କିଛିରେ

    ବୁଡି ଯାଉଅଛି ନୀତି

ତୋ ରୂପକୁ ଥରେ ଦେଖିବା ପାଇଁରେ

    ଝୁରୁ ଅଛି ମୋର ମନ

କେଉଁ ପୁଣ୍ୟ ବଳେ ଦେଖିବତତେରେ

    ମୋର ଏ ଦୁଇ ନୟନ

ନେରେ କାଳିଆ ନେ 

         ମୋ ଭକତି ଚନ୍ଦନ ନେ

ଭକତି ଚନ୍ଦନ ଲଗାଇ ଦେବି ରେ

      ତୋ ଚରଣ ତଳ କୁ ନେ....।।


ଭକତର ବନ୍ଧୁ ତୁ ଏକା ନିଜର

       ଏଇ ଜଗତ ଭିତରେ

ସୁଖ ଦୁଃଖ କୁ ତୁହି ତ ଜାଣୁଛୁ

       ତୋ ବିନା କେହି ନାହିଁରେ

ଏ ଜୀବନ ତତେ କରିଛି ଅର୍ପଣ

       ସବୁ ଦେଇ ଅଛୁ ମତେ

କରୁଣା କରି ତୁ ସବୁ ତ ବୁଝୁଛୁ

        ଭୟ ନାହିଁ ମୋର ଚିତ୍ତେ

ନେରେ କାଳିଆ ନେ 

        ତୋ ଭକତ ମେଳକୁ ନେ

ଭକତ ମେଳରେ ତୋ ନିଳାଚଳରେ

      ତୋ ଚରଣ ତଳକୁ ନେ ....।।


Rate this content
Log in

Similar oriya poem from Fantasy