ତାରା ତାରିଣୀ
ତାରା ତାରିଣୀ
ଜୟ ତାରା ତାରିଣୀ
ସଙ୍କଟ ହାରିଣୀ
ଗଞ୍ଜାମ ରେ ପୂଜା ପାଅ
ଦୁଇ ଭଉଣୀ
ଜୟ ତାରା ତାରିଣୀ .....
ରୁଷି କୁଲ୍ୟା ନଦୀ କୂଳେ
ମନ୍ଦିର ତୁମର
ଆସନ୍ତି ଭକତ ଜନ ହୋଇ
କେତେ ଆତୁର
ଭକତି ରେ ମାଗୋ ହୁଅ
ତୁମେ ପ୍ରସନ୍ନ
ଚତୁରଭୁଜା ରୂପେ ମାଆ
ଦେଉଅଛ ଦର୍ଶନ
ଜୟ ତାରା ତାରିଣୀ
ବିପଦ ନାଶିନୀ
ମନ୍ଦାର ମାଳିନୀ
ଅଭୟ ଦାୟିନି
ଜୟ ତାରା ତାରିଣୀ....
କିଏ କେଉଁ ନାମ ଧରି
ଡାକୁଛି ତୁମକୁ
ପୁର୍ଣ କରି ଦିଅ ତୁମେ
ସକଳ ଆଶାକୁ
ଚୈତ୍ର ମାସ ରେ ହୁଏ
ତୁମର ଯାତରା
ମଙ୍ଗଳବାରେ ପୁଜନ୍ତି
ଜଗତ ସାରା
ଜୟ ତାରା ତାରିଣୀ
ଶକ୍ତି ସ୍ୱରୁପିଣୀ
ଦୟା କର ମା ଗୋ
ଜଗତ ଜନନୀ
ଜୟ ତାରା ତାରିଣୀ....।।