Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପ୍ରଶ୍ନକର୍ତ୍ତା ଙ୍କୁ ?

ପ୍ରଶ୍ନକର୍ତ୍ତା ଙ୍କୁ ?

1 min
293



ସବୁ ଉତ୍ତର ଦେଉଛି 

ତୁମେ ଯାହା ପଚାରୁଛ

ମୋର ବି ପ୍ରଶ୍ନ ଅଛି

ଉତ୍ତର କେଉଁଠି ମିଳୁନି

ଗୁଗୁଲ୍ ରେ ନାହିଁ,ପାଠ ବହିରେ ବି ନାହିଁ

ସାଙ୍ଗ ସାଥି ବି ଜାଣି ନାହାନ୍ତି

ମୋ ମନ ଭିତର ର ପ୍ରଶ୍ନ

ଏବେ କୁହ ବାପା,ତୁମେ ହିଁ ଜାଣିଛ।


ପ୍ରଶ୍ନ ସହଜ,କିନ୍ତୁ ଉତ୍ତର ଅଡୁଆ

ଯଦି ହଁ କହିବ,ଅନୁମତି ଦେବ

ଅଡୁଆ ଉତ୍ତର ଥିବା ପ୍ରଶ୍ନ କହିବି

ତୁମେ ଆଗରୁ ହଁ କହି ପାରିବନି

ମୋତେ ପ୍ରଶ୍ନ ପଚାରିବାକୁ ହେବ

ଉତ୍ତର ନିହାତି ଆବଶ୍ୟକ।


ଏବେ ପ୍ରଶ୍ନ ଶୁଣନ୍ତୁ

ଏ ହୃଦୟରେ ଶୂନ୍ୟତା କାହିଁକି??


ପ୍ରଶ୍ନ ସହଜ,ଉତ୍ତର ବି ସହଜ

କିନ୍ତୁ ମୋତେ କହି ପାରିବନି

ଯଦି ବା କହି ପାରିବ

କେମିତି ଓ କଣ କହିବ ?


ହଁ,ମନରେ ଭାବୁ-ଥିବ, ମୁଁ ଏବେ କାହା ପ୍ରେମରେ

ପ୍ରେମ ଫ୍ରେମ୍ କିଛି ନାହିଁ

ଝିଅଙ୍କ ହସ ମୋତେ ଭଲ ଲାଗେନା

ଆଗରୁ ବି କାହାକୁ ହୃଦୟ ଦେଇନି

ତଥାପି ହୃଦୟରେ ଶୂନ୍ୟତା କାହିଁକି?


କହି ନ ପାରିଲେ,ଲେଖି ଦିଅ

କବିତା ଅବା ଗପ ଆକାରରେ

ପଢ଼ି ପଢ଼ି ବୁଝି ହେବ ଶୂନ୍ୟତା ର ସଂଜ୍ଞା।


ଏ ଶୂନ୍ୟତା ର ସଂଜ୍ଞା ଏତେ ସହଜ ବି ନୁହଁ

ନିଜେ ବୁଝି ଅନ୍ୟକୁ ବୁଝେଇ ଦେବା

ସବୁ ଶୂନ୍ୟ,ଶୂନ୍ୟ ଶୂନ୍ୟ ମହାଶୁନ୍ୟ

ଶୁନ୍ୟରୁ ଉଦ୍ରେକ ଶୂନ୍ୟତା

ହୃଦୟ ର ଶୂନ୍ୟତା ବି ଅଲଗା ଅଲଗା

ମୋ ଭିତର ଶୂନ୍ୟତା ମୋତେ ହିଁ ଜଣା

ତୁମର ସାର୍ବଜନୀନ ଉତ୍ତର ପ୍ରଯୁଜ୍ୟ ନୁହେଁ।


ପ୍ରାପ୍ତ ବୟସ୍କ ମୁଁ

ମୋ ସହିତ ବନ୍ଧୁତା ର ଭାବ ରଖ

ବନ୍ଧୁ ପରି ଭାଗ କର ସୁଖ ଓ ଦୁଃଖ

ଶୁନ୍ୟକୁ ଚାହିଁଲେ ଶୂନ୍ୟତା ଦୂରେଇ ଯିବନି

ତୁମର ଉଦାସ ଚେହେରା ମୋ ପାଇଁ ଶୂନ୍ୟତା

ଉତ୍ତର ପରେ କହିଲେ ଚଳିବ

ଉଦାସ ଆଢ଼ୁଆଳ ର ଶୂନ୍ୟତା କଣ କୁହ

ପ୍ରଶ୍ନ ଏଇଠି ଥାଉ

ଏବେ କୁହ ହୃଦୟର ଶୂନ୍ୟତା ଆଢ଼ୁଆଳେ

କଣ ବା ହୋଇପାରେ ?



Rate this content
Log in

Similar oriya poem from Abstract