STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ସୁକ୍ଷ୍ମ ଜ୍ୟୋତିର୍ବିନ୍ଦୁ

ସୁକ୍ଷ୍ମ ଜ୍ୟୋତିର୍ବିନ୍ଦୁ

2 mins
35


ଆଲୋକ ବିନ୍ଦୁର ପ୍ରତ୍ୟୟ ଯେପରି

ରାତ୍ରୀ ଆକାଶରେ ତାରା 

ଆତ୍ମାର ଦର୍ଶନ ସମ୍ଭବ ସେପରି

ଦିବ୍ୟ ଦୃଷ୍ଟି ଜ୍ଞାନ ଦ୍ଵାରା

ଆତ୍ମା ଏକ ଚୈତନ୍ୟ ଓ ଅବିନାଶୀ

ଜ୍ୟୋତିର୍ବିନ୍ଦୁ ରୂପେ ସ୍ଥିତ 

ମାନବ ଦେହରେ ଭୃକୁଟି ମଧ୍ୟରେ

ନିବାସ ସ୍ଥଳ ଟି ମାତ୍ର

ଆତ୍ମା ଓ ଶରୀର ସମଷ୍ଟି ମଣିଷ

ଜୀବାତ୍ମା ଅନ୍ୟ ଅର୍ଥରେ

ସୁକ୍ଷ୍ମ ଜ୍ୟୋତିର୍ବିନ୍ଦୁ ରୂପେ ଅଛି ଆତ୍ମା

ମାନବର ଶରୀରରେ

' ମୁଁ ' ଶବ୍ଦର ପ୍ରାୟ ହେଉଛି ପ୍ରୟୋଗ

' ମୁଁ ' ଶରୀର ସହ କର୍ମ 

ଶରୀରରୁ ଭିନ୍ନ ରୂପରେ ' ମୁଁ ' ଶବ୍ଦ 

ଚୈତନ୍ୟ ସତ୍ତାର ନାମ

ଜଳ ବାୟୁ ଆକାଶ ଅଗ୍ନି ପୃଥିବୀ

ପଞ୍ଚ ତତ୍ତ୍ଵ ଶରୀରର

ସେହି ପରି ଆତ୍ମା ସହିତ ମିଶ୍ରିତ

ମନ ବୁଦ୍ଧି ଓ ସଂସ୍କାର

ବିଚାର ଓ ନିର୍ଣ୍ଣୟ କରିବା ଶକ୍ତି

କେବଳ ଆତ୍ମା ପାଖରେ

ଆତ୍ମା ଦ୍ଵାରା ଭିନ୍ନ କର୍ମ ଅନୁଯାୟୀ

ସଂସ୍କାର ସେହି ପ୍ରକାରେ


ସୁକ୍ଷ୍ମ ଜ୍ୟୋତିର୍ବିନ୍ଦୁ ରୂପେ ଅଛି ଆତ୍ମା

ମାନବର ଶରୀରରେ

ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା କିଛି ବି ନାହିଁ

କେବଳ ସୁକ୍ଷ୍ମ ରୂପରେ

ଆତ୍ମା ବିନା ନାହିଁ ସ୍ବରୂପ କାହାର

ପ୍ରାୟ ସବୁ ଦିଗହୀନ

ପର୍ବତ ସମାନ ଅଟଳ ରହିଛି

ରେଖା ପରି ନୁହେଁ ଭିନ୍ନ

ଆଲୋକ କେନ୍ଦ୍ରିତ ଗୋଟିଏ ଜାଗାରେ 

ଅସଂଖ୍ୟ ବିନ୍ଦୁ ମିଳିତ

ଚେତନାର ବିନ୍ଦୁ ଅସୀମ ତଦ୍ରୁପ

ସତ୍ୟ ରହିଛି ନିହିତ

ଶୂନ୍ୟତା ରେ ସତ୍ୟ ଶାନ୍ତି ସହିତରେ

ମାନବିକତାର ଭାବ

ମାନବିକତା ହୃଦେ ମାନବ ସେବା

ସେବାରେ ପ୍ରାପ୍ତି ମାଧବ

ଚେତନା ବଳରେ ହୃଦୟେ ଆଲୋକ

ସତ୍ୟ ଲିପ୍ତ ଚେତନାରେ

ଶୂନ୍ୟତା ରେ ଶାନ୍ତି ହୁଏ ବିରାଜିତ

ଶାନ୍ତି ମାନବିକତା ରେ

ମାନବିକତା ରେ ଧର୍ମ ଓ ଈଶ୍ୱର

ସଂସାର ମାନବିକତାର

ଚରମ ସତ୍ୟ ବି ରହିଛି ନିହିତ

କାରଣ ମାନବିକତାର


ଗଭୀର ଚିନ୍ତାରେ ନିମଗ୍ନ ମଣିଷ

କପାଳରେ ଦିଏ ହାତ

ଭୃକୁଟି ରେ ଆତ୍ମା ଅବସ୍ଥାନ ଯୋଗୁଁ

ଆପେ ହୁଅଇ ସାଧିତ

ହତଭାଗ୍ୟ କହି ନିଜ କପାଳରେ

ପୁଣି ଦେଇଥାଏ ହାତ

ଭକ୍ତଙ୍କ ତିଳକ ଧାରଣ କପାଳେ

ଆତ୍ମାର ପ୍ରତ୍ୟୟ ମାତ୍ର

ଆତ୍ମାର ସମ୍ବନ୍ଧ ମସ୍ତିସ୍କ ସହିତ

ଯୋଡ଼ି ହୁଏ ଭ୍ରୁକୁଟି ରେ 

ମସ୍ତିଷ୍କ ସହିତ ଜ୍ଞାନ ତନ୍ତୁ ପ୍ରାୟ

ବିସ୍ତାରିତ ଶରୀରରେ

ସଂକଳ୍ପର ସୃଷ୍ଟି ପ୍ରଥମେ ଆତ୍ମାରେ

ମସ୍ତିଷ୍କ-ଜ୍ଞାନତନ୍ତୁ ରେ

ଶରୀରରେ ଆପେ ହୁଏ ପ୍ରକାଶିତ

ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ

ଆତ୍ମା ଦ୍ଵାରା ଅନୁଭବ ଓ ନିର୍ଣ୍ଣୟ

ସୁଖ ଦୁଃଖ ପୁଣି ଶାନ୍ତି

ସଂସ୍କାର ସାଧନ ହୁଏ ଆତ୍ମା ଦ୍ବାରା

ଆତ୍ମା ହିଁ ଏକ ମଧ୍ୟସ୍ଥି


ମନ ଓ ବୁଦ୍ଧି ନୁହଁ ଆତ୍ମା ଠୁ ଅଲଗା

ଆତ୍ମା ଦ୍ଵାରା ନିୟନ୍ତ୍ରଣ

ଶରୀର ଭିତରେ ହେଉଥିବା କାର୍ଯ୍ୟ

ସବୁ ଆତ୍ମାର ଅଧୀନ

ଆଧୁନିକ ଉପାୟରେ ବୁଝି ହୁଏ

ଆତ୍ମା ଶରୀର ସମ୍ପର୍କ

ମୋଟର ବାହନ ସମ ଏ ଶରୀର

ଆତ୍ମା ଅଟଇ ଚାଳକ

ଚାଳକ ବିହୀନ ମୋଟର ଯାନର 

ଗତି କ୍ରିୟା ନିଷ୍କ୍ରିୟତା

ଶରୀର ସେପରି ଆତ୍ମା ବିନା ମୃତ

ଚାଳକ ଆସନେ ଆତ୍ମା

ଏ ଶରୀର ରୂପୀ ମୋଟର ଯାନକୁ 

ଆତ୍ମା ଚାଳକ ରୂପରେ

ସଠିକ ମାର୍ଗରେ ଯାତ୍ରା କଲେ ବଳେ

ପହଞ୍ଚେ ଲକ୍ଷ୍ୟ ସ୍ଥଳରେ


ଶରୀର ଭିତରେ ସୁକ୍ଷ୍ମ ଜ୍ୟୋତିର୍ବିନ୍ଦୁ 

ଆଲୋକିତ କରେ ପଥ

ସୁକ୍ଷ୍ମ ଜ୍ୟୋତିର୍ବିନ୍ଦୁ ବିଷୟରେ ଜ୍ଞାତ

ହେଉ ଜୀବନର ବ୍ରତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama