Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Keshab Chandra Dash

Abstract Classics Others

4  

Keshab Chandra Dash

Abstract Classics Others

ଶ୍ରାବଣ ଆଜି ନିଖୋଜ

ଶ୍ରାବଣ ଆଜି ନିଖୋଜ

1 min
364


ଶ୍ରାବଣ ଯେ ଆଜି ନିଖୋଜ ହୋଇଛି

      ନାହିଁ ତା'ର କୋଳାହଳ

ନାହିଁ ନଈବଢ଼ି, ନାହିଁ ସେ ନିଦାଘ

     ନାହିଁ ସେ ଖଣ୍ଡ ପ୍ରଳୟ ।


ଶ୍ରାବଣ ଯେ ଆଜି ନିଖୋଜ ହୋଇଛି

    ନାହିଁ ମେଘ ଘଡଘଡି

ସାଧବବୋହୁର ନାହିଁ ଆଉ ଦେଖା

   ଶୁଭୁନି କେଁ କଟର ରଡ଼ି।


ଶ୍ରାବଣ ଯେ ଆଜି ନିଖୋଜ ହୋଇଛି

   ହେବନି ବେଙ୍ଗ ବେଙ୍ଗୁଲୀର ବାହାଘର

ନାହିଁ କଳାମେଘ ,ନାହିଁ ଝଡିବର୍ଷା

    କରିଛି ସଭିଙ୍କୁ ପର।


ଶ୍ରାବଣ ଯେ ଆଜି ନିଖୋଜ ହୋଇଛି

     ମୟୂରୀର ମନରେ କ୍ଷୋଭ 

ମୟୂର ସାଙ୍ଗେ ସେ କିପରି ନାଚିବ

     ନାହିଁ ତା'ର ପ୍ରିୟ କଳା ନଭ।

     


ଶ୍ରାବଣ ଯେ ଆଜି ନିଖୋଜ ହୋଇଛି

     ଆଁ କଲାଣି ଆଜି ଚାଷୀ କ୍ଷେତ

ହାତ ଦେଇ ମୁଣ୍ଡେ ଚାଷୀ ତ ବସିଛି

      କିପରି ମିଳିବ ଭାତ।


ଶ୍ରାବଣ ଯେ ଆଜି ନିଖୋଜ ହୋଇଛି

    କିଏ ଜାଣିଛ ତା' ଠିକଣା

ନ ଆସିବ ଯଦି ସେ ଧରାପୃଷ୍ଠକୁ  

ମରୁ ପାଲଟିବ ସବୁ

ଏହା ପଡୁଅଛି ଜଣା।



Rate this content
Log in

Similar oriya poem from Abstract