କବିତା ନୀତିବାଣୀ -୨
କବିତା ନୀତିବାଣୀ -୨
ଚାଲୁ ଚାଲୁ ଗୋଡ ଖସିଗଲେ ଯେବେ
ପିନ୍ଧିଥିବା ଚପଲର ହୋଇଥାଏ ଦୋଷ,
ଏହି ସ୍ୱାର୍ଥି ମନୁଷ୍ୟ ବୁଝେ ନାହିଁ ତାର ଅବଦାନ
ତତଲା ବାଲିରେ ନୀଳକଣ୍ଠ ସାଜି, କରିଥାଏ ଯିଏ ତୋଷ ।
କଣ୍ଟାଫୁଟା ରାସ୍ତାରେ ଫୁଲର ଶଯ୍ୟାକୁ ବିଛାଇ
ଧିରେ ଧିରେ ଜୀବନକୁ ତାର କରିଦିଏ ଶେଷ ।
ସ୍ୱାର୍ଥପର ଦୁନିଆଁର ନୀତି ଯେ ବିଚିତ୍ର,
ଛିଣ୍ଡା ଚପଲ ପରି ଅନାଥାଶ୍ରମକୁ ଫିଙ୍କିଥାଏ
ଛୋଟରୁ ବଡ ହୁଏ,ପାଇ ଯେଉଁ ପିତାମାତାଙ୍କ ଆଶିଷ ।।