STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ରୁଦ୍ରଯଞ୍ଜରେ ସୂର୍ଯ୍ୟଙ୍କର ପୂଜା

ରୁଦ୍ରଯଞ୍ଜରେ ସୂର୍ଯ୍ୟଙ୍କର ପୂଜା

1 min
875


ଭକ୍ତିପୂର୍ଣ୍ଣ ଭୂମି ବାବା ତପସ୍ଥଳି

  ରୁଦ୍ରଯଞ୍ଜ ଅନୁଷ୍ଠିତ,

ବିଶ୍ବର କଲ୍ୟାଣେ ଆୟୋଜିତ ଯଞ୍ଜ

 ଭକ୍ତଙ୍କର ଉପସ୍ଥିତି।


ମନ ମହୁ ଥିଲା ହୃଦେ ଭକ୍ତି ଭାବ

 ସୂର୍ଯ୍ୟଦେବଙ୍କ ପୂଜନେ,

ଭାସ୍କରଙ୍କ ନାମ ଗୁଞ୍ଜୁ ଥିଲା କ୍ଷେତ୍ରେ

 ସୂର୍ଯ୍ୟ ନାମ ଭକ୍ତି ମନେ।


ଉତ୍କଳ ପଣ୍ଡିତେ ସୂର୍ଯ୍ୟଙ୍କ ପୂଜନେ

  କରୁଥିଲେ ମନ୍ତ୍ରପାଠ,

ପ୍ରେମ ଭକ୍ତି ଶ୍ରଦ୍ଧା ସୂର୍ଯ୍ୟଙ୍କ ଧ୍ୟାନରେ

  ଶୁଣି ଥିଲେ ସୂର୍ଯ୍ୟ ପାଠ।


ସୂର୍ଯ୍ୟ ପୂଜା ପରେ ରୁଦ୍ରଯଞ୍ଜ ହେବ

  ଦେଖିବଟି ରୁଦ୍ରଯଞ୍ଜ,

ବିଶ୍ବର କଲ୍ୟାଣ ଏହୁ ରୁଦ୍ରଯଞ୍ଜୁ

  କଳ୍ପେଶ୍ବରଙ୍କର ଯଞ୍ଜ।


ପୂର୍ଣ୍ଣାହୁତି ହେବ ରୁଦ୍ରଙ୍କର ଯଞ୍ଜେ

  ଭକ୍ତ କୁତୁହଳ ଅତି,

ପୁଷ୍ପାଞ୍ଜଳି ଦେବେ ନାନାଦି ନୈବେଦ୍ୟ

  ଉତ୍ସାହିତ ଭକ୍ତ ଅତି।


ତପ୍ୟାସାର ଭୂମି ନମଃଶିବାୟର ରାବ

  ଭକ୍ତିପୂର୍ଣ୍ଣ ଯଞ୍ଜ ଭୂମି,

ହଜାର ସଂଖ୍ୟାରେ ଭକ୍ତ ସମାଗମ

  ରାମାନନ୍ଦ କର୍ମ ଭୂମି।


ଗଛପତ୍ର ଲତା ସଜ୍ଜିତ ଭୂମିରେ

  ସୁଗନ୍ଧିତ ହୁଏ ଭୂମି,

କୋଇଲିର ରାବ ଗୁଞ୍ଜନ କରୁଛୁ

  ଭକ୍ତିପୂର୍ଣ୍ଣ ହୁଏ ଭୂମି।


ପୂର୍ଣ୍ଣାହୁତି ପରେ ଚରୁଭୋଗ ଦେବେ

  ପବିତ୍ର ହୋଇବ ଦେହୀ,

ପୂର୍ଣ୍ଣ ବଳୁ ଏଠି ରୁଦ୍ରଯଞ୍ଜ ହୁଏ

  କୁତାର୍ଥ ହୋଇବ ମହୀ।


ବିଶ୍ବଗୁରୁ ହେବ ପବିତ୍ର ଭାରତ

 ତାହା ପାଇଁ ରୁଦ୍ରଯଞ୍ଜ,

ଗାଆଁ ଓ ରାଷ୍ଟ୍ରର ମଙ୍ଗଳ ପାଇଁ ହିଁ

  ଆୟୋଜିତ ରୁଦ୍ରଯଞ୍ଜ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract