ପ୍ରେମର ମରୀଚିକା
ପ୍ରେମର ମରୀଚିକା


ସତରେ ତୁମ ଶବ୍ଦ ଗୁଡ଼ିକରେ
ଏତେ ଶକ୍ତି ଥିଲା ଯେ,
ଭାଙ୍ଗି ଚାଲିଥିଲା କ୍ଷଣ ପରେ କ୍ଷଣ
ପ୍ରତ୍ୟେକ ଉଚ୍ଚାରଣ ସହିତ ମୋତେ
ମୋର ଧୈର୍ଯ୍ୟ ଓ ସହ୍ୟ କରିବାର କ୍ଷମତାକୁ
ଫେରାଇ ଆଣୁଥିଲା ପଶ୍ଚାତ ଗତିରେ
ତୁମ ଠାରୁ ଅନତି ଦୂରକୁ
ତୁମ ଆଡ଼କୁ ଅଗ୍ରସର ସେ ପଥ
କଣ୍ଟକାଚ୍ଛାଦିତ ଦୃଶ୍ୟମାନ ହେଉଥିଲା
କେଜାଣି କେଉଁ କୋଣରେ ତୁମେ
ହଜି ସାରିଥିଲ ମରୁଭୂମିର ମରୀଚିକା ପରି
ପାଶୋରି ଆସୁଥିଲି ତ !
ପୁଣି ସେଇ ପୁରୁଣା ମହକ
ଟାଣି ନେଲା ଅଲୋଡ଼ା ଅତୀତକୁ
ଯେଉଁ ଅତୀତ ଦିନେ ମୂକସାକ୍ଷୀ ଥିଲା
ଆମ ଭବିଷ୍ୟତର ସିନ୍ଦୂରା ଫାଟିବା କ୍ଷଣର
ଅଚାନକ ଅନ୍ଧକାର
ଯେଉଁଠି ଆଜି ରାଜୁତି କରୁଛି।