କବିତା ନୀତିବାଣୀ -୮
କବିତା ନୀତିବାଣୀ -୮
ନିଜର ସଞ୍ଚିତ ଧନକୁ ନେଇ ଗର୍ବ କରେ ଆଜି
ଆଜିର ଏହି ମଣିଷ ,
ସବୁ ମୋର ମୋର କହି ଧନ ଅରଜିଛି
ସବୁ ହେବ ଦୁଇ ମୁଠା ପାଉଁସରେ ଶେଷ।
ମଲାପରେ ସେହି ସଞ୍ଚିତ ଧନକୁ
ଲୁଟି ଖାଇଯିବେ ନିଜ ବନ୍ଧୁ ପରିବାର,
ନିଜ ଜନ୍ମକଲା ପୁଅ ବି ବାଦ ନ ପଡ଼ିବ
ଉଡ଼ାଇବ ଧନ ଦେଖାଇ ଉସ୍ତାଦି ତାର ।
ପ୍ରକୃତ ଧନକୁ ଯଦି ଦେଖିବାକୁ ଚାହଁ
ନିଜ ବ୍ୟାଙ୍କ୍ ଜମା ଆଉ ଟ୍ରେଜୋରିକୁ ନ ଦେଖ,
ନିଜ ପଛେ ଯେବେ ଲୋକ ଛିଡାହେବେ
ପ୍ରକୃତ ଧନ ସେହି ଯେବେ ପଡ଼ିଲେ ନିଜର ଦୁଃଖ ।
ଆଖିରୁ ନିଜର ଯେବେ ଲୁହ ପୋଛିବାକୁ
ଯିଏ ଠିଆହେବେ ସିଏ ହିଁ ଏକା ନିଜର,
ଟଙ୍କା, ସୁନା,ରୂପା ପ୍ରକୃତ ଧନ ନୁହେଁ
ସେହି ଲୋକବଳ ହିଁ ପ୍ରକୃତ ଧନ ତୋର ।
ଜୀବନଯାକର ଯାହା ଲୋକସେବା କରିଅଛୁ
ଶ୍ୱଶାନକୁ ଗଲେ ସେହିମାନେ ଠିଆ ହେବେ,
ଯାହା ଅରଜିଛୁ,ସେହି ପୁଣ୍ୟଧନ ଛାଡ଼ିଯିବୁ
ଯାହାକୁ ଲୋକ ସଦା ବାହୁନି ବାହୁନି ଗାଉଥିବେ।।