STORYMIRROR

Keshab Chandra Dash

Abstract Classics Fantasy

4  

Keshab Chandra Dash

Abstract Classics Fantasy

ମହାଜ୍ଞାନୀ କାଳିଦାସଙ୍କୁ ଶିକ୍ଷା

ମହାଜ୍ଞାନୀ କାଳିଦାସଙ୍କୁ ଶିକ୍ଷା

2 mins
12

ତୃଷାର୍ତ୍ତ ପଣ୍ଡିତ ଅନୁରୋଧ କଲେ 

ମାତା ଦେଇ ପାରିବକି ଟିକେ ନୀର?

ଶୋଷିଲା ଲୋକକୁ ନୀର ପିଆଇଲେ 

ଅଶେଷ କଲ୍ୟାଣ ହେବ ତୁମ୍ଭର ।

ପାଣି କାଡୁ କାଡୁ କୂଅରୁ ଯେ ମାତା 

ଦେଲେ ଯେ ତାଙ୍କୁ ଉତ୍ତର,

ଅଜଣା ଲୋକର ପରିଚୟ ନ ଜାଣିଲେ

କିପରି ଦେବି ମୁଁ ନୀର ?

ମୁହିଁ ଅଟେ ମାତା ତୃଷାର୍ତ୍ତ ପଥିକ

ଏହି ମୋର ପରିଚୟ ,

ଶୋଷରେ ଆଜି ମୋ ପ୍ରାଣ ଚାଲିଯିବ 

ନ ଦେଲେ ମାତ ତୁମ୍ଭେ ଅଭୟ।

ମୋର ଜାଣିବାରେ ସୂର୍ଯ୍ୟ ଓ ଚନ୍ଦ୍ରମା 

ସଂସାରରେ ଏକା ଦୁହେଁ ପଥିକ,

କେବେ ତାଙ୍କ ଚାଲିବା ବନ୍ଦ ହୋଇନାହିଁ 

ନାହାନ୍ତି କେହି ସେହି ଦୁଇରୁ ଅନେକ।

ମୁହିଁ ଅଟେ ମାତା ଗୋଟିଏ ଅତିଥି

ତୁମ ପାଖେ ଶରଣ ମାଗୁଛି,

ଅତିଥିଙ୍କୁ ସେବା ନାମେ ଟିକେ ଜଳ ମୁଁ ମାଗୁଛି

ଶୋଷରେ ତଣ୍ଟି ମୋ ଶୁଖି ଯେ ଯାଉଛି ।

ଅତିଥି କେବେ ସବୁଦିନ ରହେନାହିଁ 

ଆସେ ଦିନେ ପୁଣି ଚାଲିଯାଏ,

ଧନ ଓ ଯୌବନ ଏକା ଦୁଇଟି ଅତିଥି

କଅଣ ସବୁଦିନ ରହିଥାଏ?

ମୁହିଁ ଅଟେ ମାତା ତୃଷାର୍ତ୍ତ ସଜ୍ଜନ 

ବ୍ୟକ୍ତି ଅଟେ ମୁଁ ସହନଶୀଳ,

ବାରମ୍ବାର ଅନୁରୋଧ ସତ୍ତ୍ୱେ ମତେ ମିଳୁନାହିଁ 

ତୁମଠୁ ସାମାନ୍ୟ ଟିକିଏ ଜଳ।

ପରିଚୟ ଦେବାରେ ତୁମେ ଠକି ହିଁ ଚାଲିଛ

ଭାବୁଛି ଅଛି ନିଶ୍ଚେ ତୁମ କିଛି ଲକ୍ଷ୍ୟ,

ଏ ସାରା ଜଗତରେ ସହନଶୀଳ ଆଉ କେହି ନୁହେଁ 

କେବଳ ପୃଥିବୀ ଆଉ ଦେଖୁଥିବା ଏହି ବୃକ୍ଷ।

ପୃଥିବୀ ମାତା ସମସ୍ତଙ୍କ ଅଳି ଅର୍ଦ୍ଦଳି ସହିଛି 

ପାପୀ ପୁଣ୍ୟାତ୍ମାଙ୍କ ଅତ୍ୟାଚାର, 

ବୃକ୍ଷ କେବେ ଫଳ ଦେବାରେ ମନା କରିନାହିଁ 

ମାଡ଼ ଖାଉଥିଲେ ବି ସେ ପଥର ।

ବିରୋଧରେ କେବେ କହି ତ ନାହାଁନ୍ତି 

ଭାବି ସମସ୍ତଙ୍କୁ ସେମାନେ ନିଜର,

ମିଥ୍ୟା ପ୍ରଳାପ ଛାଡ଼ିଲେ ହିଁ ଜଳ ଯେ ମିଳିବ 

ପରିଚୟ ଦିଅ ତୁ ଆଗେ ସତ୍ୱର।

ମୁହିଁ ଅଟେ ମାତା ବ୍ୟବହାରରେ ଅବାଧ୍ୟ

ତଥାପି ମୁଁ ଏକ ସରଳ ମଣିଷ, 

କାକୁତି ମିନତି ମୋର କର୍ଣ୍ଣେ ଶୁଭୁନାହିଁ

କିପରି ମେଣ୍ଟିବ ମୋ ଶୋଷ ।

ବାଳ ଆଉ ନଖ ଅଟନ୍ତି ଅବାଧ୍ୟ

କାଟିଲେବି ବଢୁଥାନ୍ତି ନମାନି କାହାରି କଥା,

ବାରମ୍ବାର ଅସତ୍ୟ କହୁଅଛ ତୁମେ

ଦେଉଛ ମନରେ ବ୍ୟଥା।

ମୁହଁ ଅଟେ ମାତା ଏକ ବଡ଼ ମୂର୍ଖ

ହୋଇଅଛି ଆଜି ମୁଁ ଅପମାନିତ,

ଏକ ବିଖ୍ୟାତ ପଣ୍ଡିତ ତୁମରି ତର୍କରେ 

ପୁରା ଭାବେ ହେଲା ପରାଜିତ।

ଦେଶର ରାଜା ଯେ ଅଟେ ବଡ଼ ମୁର୍ଖ 

ଯୋଗ୍ୟତା ନ ଥିଲେ ବି କରେ ଶାସନ,

ତାଙ୍କ ଦରବାରି ପଣ୍ଡିତ ଅଟେ ତାଙ୍କ ସମ ମୁର୍ଖ 

ଅସତ୍ୟକୁ ସତ୍ୟ କରେ ଖୁସି କରେ ତାଙ୍କ ମନ।

ନତମସ୍ତକ ମୁଁ ତୁମ ପାଦତଳେ 

ସମୁଦ୍ର ସମ ଅଟେ ତୁମ ଜ୍ଞାନ,

ଏକ ସାଧାରଣ ମହିଳା ନୁହଁ ତୁମେ ମାତ

ମାନୁନାହିଁ ମୋର ମନ ।

ଉଠ ବତ୍ସ କହି ତାଙ୍କୁ ଉଠାଇଲେ

ପ୍ରକଟ ହେଲେ ବିଦ୍ୟାଦାତ୍ରୀ ସରସ୍ଵତୀ,

ଜୀବନ ମୋର ଧନ୍ୟ ହେଲା ବୋଲି କହି

ଶ୍ରଦ୍ଧା ଭକ୍ତିରେ ଜଣାଇଲେ ସେ ପ୍ରଣତି।

ଶିକ୍ଷାରୁ କେବେ ଅହଙ୍କାର ନୁହେଁ

ମିଳିଥାଏ ବାବୁରେ ଅଗାଧ ଜ୍ଞାନ,

ଅର୍ଜିଥିବା ଜ୍ଞାନର ମୂଲ୍ୟ ଅବା କାହିଁ

ଯେବେ ମନେ ବଢିଯାଏ ଅଭିମାନ ।

ଜ୍ଞାନୀ ବୋଲି ଅହଙ୍କାର ହେଲାବୋଲି 

ନାଟକ ରଚିଲି ଦେଇଅଛି ତତେ ଶିକ୍ଷା,

ହେ ମହାଜ୍ଞାନି ମୋହରି ଆଶିଷେ 

ଜଗତକୁ ଦିଅ ସଦଜ୍ଞାନର ତୁମେ ଦୀକ୍ଷା।

ମୋର ଦୟାବଳେ ଏ ସାରା ଜଗତରୁ

ତୁମେ ଅଜ୍ଞାନ ଅନ୍ଧକାର କର ନାଶ,

ସମାଜରେ ତୁମ ଜ୍ଞାନକୁ ବିତରି

ଜ୍ଞାନଦୀପ ଜଳାଅ ହେ,ତୁମେ ବତ୍ସ କାଳିଦାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract