Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Abstract

2.6  

Jyotirmoyee Mohanty

Abstract

ଏଇତ ଜୀବନ

ଏଇତ ଜୀବନ

1 min
202


ଯଦି କେବେ ହିସାବ କରିବସେ 

ଜୀବନ ତମାମ କାହା ଠାରୁ ପାଇଛି କେତେ

ଲାଞ୍ଛନା, ଛଳନା, ପ୍ରତାରଣା 

ହରାଇଛି କେତେ

ବିଶ୍ବାସ, ଭରସା ଓ ଆତ୍ମିୟତା;


ପାଇବା ଠାରୁ ଢେର ହରାଇ ସାରିଥାଏ l


ହିସାବ ନିକାସ ସବୁ ଭୁଲ ହୋଇଯାଏ

ହତାସ ଲାଗେ, ନିଃସଙ୍ଗପଣ ହସେ 

ମୋ ଅପାରଗତାରେ,

ଅଣନିଶ୍ବାସୀ ହୋଇ ସେହିକ୍ଷଣି 

ମୁଁ ପଳାତକ ସାଜେ  l


ଚାଲିଯାଏ ବହୁତ ଦୂରକୁ

ପାହାଡ ଶୀର୍ଷରେ ଯାଇ ଛିଡା ହୁଏ

ଆନ୍ଦୋଳିତ ହୁଏ ମନ

ଦୀର୍ଘଶ୍ବାସ ନିଏ ବାରମ୍ବାର l


କିଛି ଅନୁଚିତ କାର୍ଯ୍ୟ କରିବାକୁ 

ଇଚ୍ଛାଟିଏ ଜାଗେ ମନେ!


ସେହିକ୍ଷଣି ମନେ ପଡିଯାଏ 

ରସ୍କିନ୍ ବଣ୍ଡଙ୍କ କଥା-

"ଜୀବନ ଜୀଇଁବା ବଡ କଥା ନୁହେଁ

କେମିତି ସାହାସର ସହ ବଞ୍ଚିବା 

ତାହା ହିଁ ବଞ୍ଚିବା " I



Rate this content
Log in

Similar oriya poem from Abstract