ଆସିଲାରେ ମୌସୁମୀ
ଆସିଲାରେ ମୌସୁମୀ
ଆସିଲାରେ ମୌସୁମୀ
ଆଣିଲାରେ ବାରୀ
ଖେଳି ଗଲାରେ ସବୁଜ ଲହରୀ
ଅପୂର୍ବ ରୂପ ଧାରଣ କଲା ପରା ପ୍ରକୃତି।।
ଆସିଲାରେ ମୌସୁମୀ
ଗ୍ରୀଷ୍ମରେ ଶୁଷ୍କ ହୋଇ ଥିଲା ଧରିତ୍ରୀ
ସବୁ ଗରମରେ ଡାକୁ ଥାନ୍ତି ପ୍ରଭୁଙ୍କୁ ତ୍ରାହି ତ୍ରାହି
ନୀର ଟିକିଏ ପାଇବା ପାଇଁ।।
ଭଗବାନ ଶୁଣିଲେ ଭକ୍ତଙ୍କ ଡାକ
ଧରିତ୍ରୀ ଉପରେ କରିଲେ ଆଶୀର୍ବାଦ
ଆସିଲା ମୌସୁମୀର ଧାର
ବାରୀରେ ଆସିଲା ନୀର।।
ଆସିଲାରେ ମୌସୁମୀ
ଧରିତ୍ରୀବାସୀ ପାଇଲେ ଟିକିଏ ଶାନ୍ତି
ମୌସୁମୀର ପ୍ରଥମ ସ୍ପର୍ଶ ପାଇ
ନିଜର ତୃଷ୍ଣା ମେଣ୍ଟାଇ ହୋଇଲେ ସବୁ ଖୁସି।।
ଆସିଲାରେ ମୌସୁମୀ
ଶୁଷ୍କ ତରୁ ଆଜି
ହୋଇ ଉଠିଲା ଜୀବିତ ପୁଣି
ନବ ପଲ୍ଲବିତ ହେଲା ପାଇ ବାରୀ।।
ଆସିଲାରେ ମୌସୁମୀ
ଆକାଶରୁ ବହିଲା ଝରଝର ହୋଇ ବାରୀ
ଶୁଷ୍କ ନଦୀ ନାଳ, ଜଳଭଣ୍ଡାର ହେଲା ପରିପୂର୍ଣ୍ଣ
ଜଳର ଆଉ ରହିଲା ନାହିଁ ଅଭାବ।।
ଆସିଲାରେ ମୌସୁମୀ
ନଦୀ ଖୁସିରେ କଳକଳ ବହି ଯାଉଛି କଳ କଳ ନାଦ କରି
ପର୍ବତ ନିଜକୁ ନେଇଛି ସଜେଇ
ବାଦଳକୁ ଅଳଙ୍କାର କରି।।
ମୌସୁମୀର ସ୍ପର୍ଶ ପାଇ
ଧରିତ୍ରୀ ମାଆ ପିନ୍ଧିଛି ସବୁଜ ଶାଢ଼ୀ
ପଲ୍ଲବ,ପୁଷ୍ପ ଓ ଫଳରେ ଯାଇଛି ଭରି
ତାର ଶୋଭନୀୟ ରୂପ ସମସ୍ତଙ୍କ ମନକୁ ନିଏ ଚୋରେଇ।।
ଆସିଲାରେ ମୌସୁମୀ
ଦେଖି ତାକୁ ନାଚି ଉଠଇ ମୟୁରୀ
ପବନର ସଞ୍ଚାର ଆସି
ଜୀବନରେ ନୂତନ ଆଶା ସୃଷ୍ଟି କରଇ।।
ମନ କହେ ସବୁବେଳେ
ମୌସୁମୀରେ ମୌସୁମୀରେ
ଏମିତି ଆସିବୁ ତୁ ସବୁ ବର୍ଷେ
ଶୁଷ୍କ ଜୀବନରେ ଆଣିବୁ ନୂତନତାରେ।।