ସମ୍ପର୍କର ଡୋର
ସମ୍ପର୍କର ଡୋର
ସମ୍ପର୍କର ଡୋର ଝୁଲେ
ଗଣ୍ଠି ପକା ସୂତା ଖିଅରେ
ଅଡ଼ୁଆ ସୂତା ଟା ଦିନେ
ଛିଣ୍ଡିଯାଏ ଅବେଳରେ।
ବିଶ୍ୱାସର ଜଉଘରେ
ନିଆଁ ଲାଗିଗଲା ପରେ
ସ୍ଵପ୍ନ ସବୁ ଜଳିଯାଇ
ମୁଠାଏ ପାଉଁଶ ହୁଏ ।
ଭରସା ଟା ଭାଙ୍ଗି ଗଲେ
ଶ୍ରାବଣୀ ନଈ ଟେ ପରି
କୂଳ ଉଛୁଳାଏ ଲୁହ
ବୁଝେନା ଅବୁଝା ମନ ।
ଜୀବନ ନାଟକରେ
ଅଭିନୟ କରୁ କରୁ
ପାପ ପୁଣ୍ୟ ବିଚାରରେ
ସମୟ ଟା ସରିଯାଏ ।
ସବୁ ଜାଣି ମନ ଖୋଜେ
ଜଣେ ଏମିତି ଆପଣାର
ନ କହି ଯେ ବୁଝିଯିବ
ଅଭିମାନ ଅନ୍ତରର।
