STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

ପୂର୍ଣ୍ଣଚ୍ଛେଦ (୨)

ପୂର୍ଣ୍ଣଚ୍ଛେଦ (୨)

1 min
233


ପ୍ରତିଟି ବାକ୍ୟର ପରିସମାପ୍ତି

ଘୋଷଣା କରେ ପୂର୍ଣ୍ଣଚ୍ଛେଦ

ମନର ଭାବକୁ ଅର୍ଥପୂର୍ଣ୍ଣ ଉକ୍ତିଟିରେ 

ପ୍ରକାଶ କରିବାକୁ ହୁଏ 

ଭିନ୍ନ ଭିନ୍ନ ବାକ୍ୟରେ

ଯାହା ବ୍ୟାକରଣର ସୂତ୍ର

ନୀତି ନିୟମ ଅନୁଯାୟୀ

କରିବାକୁ ହୁଏ ନିର୍ଭୁଲ୍ ଓ ଶୁଦ୍ଧ,

ବାକ୍ୟର ଶବ୍ଦ ପଦ ପୁଞ୍ଜରେ

ଅନେକ ଖଣ୍ଡ ବାକ୍ୟ 

ଶବ୍ଦ ବିନ୍ୟାସ ରୁଢି ବିଭକ୍ତି କାରକ

ଯା ବାକ୍ୟକୁ କରିଥାଏ

ଆଳଙ୍କାରିକ ଭାଷାରେ ସମୃଦ୍ଧ

ସବୁ ବାକ୍ୟର ଶେଷରେ

ପଡ଼େ ପୂର୍ଣ୍ଣଚ୍ଛେଦର ବିରାମ ଚିହ୍ନ।

ଭାବ ଭାଷାର ସାହିତ୍ୟ ପରି

ଏ ଜୀବନଟା ମଧ୍ୟ ବାକ୍ୟମୟ

ବହୁ ଲମ୍ବା ବାକ୍ୟର ସମାହାର

ପ୍ରକାର ଭେଦରେ ହୋଇଥାଏ

ସରଳ ଯୌଗିକ ଜଟିଳ,

ପାର୍ଥିବ ଜଗତର ଯେତେ ବିଭବ

ଶବ୍ଦ ଭଣ୍ଡାର ଅମର କୋଷ 

ପ୍ରତିଟି ଜୀବନକୁ କରିବା ପାଇଁ

ସରସ ସୁନ୍ଦର ଅର୍ଥପୂର୍ଣ୍ଣ ପ୍ରାଞ୍ଜଳ 

ଲୋଡାହୁଏ ଶୃଙ୍ଖଳାର ବ୍ୟାକରଣ

ତା ମଧ୍ୟରେ ପୂର୍ଣ୍ଣଚ୍ଛେଦ ଅନ୍ୟତମ।

ବାକ୍ୟକୁ ଦେଇଥାଏ ଉଚିତ ମାନ୍ୟ

ତା ବିନା ଅସମ୍ପୂର୍ଣ୍ଣ ବାକ୍ୟାଂଶ

ଜୀବନ ଅସଂପୂର୍ଣ୍ଣ ସଂସାରରେ ସବୁରି

ନାହିଁ ତାର ପରିପୂର୍ଣ୍ଣତା କି ପୂର୍ଣ୍ଣଚ୍ଛେଦ,

ଚକ୍ରାକାରେ ସ୍ଥୂଳରୁ ସୂକ୍ଷ୍ମ ପୁଣି

ସୂକ୍ଷ୍ମରୁ ସ୍ଥୂଳ ରୂପେ ଜନ୍ମମୃତ୍ଯୁ ନେଇ

ଜୀବ ପରମଙ୍କ ଖେଳ ଚାଲଥାଏ

ଜନ୍ମ ଜନ୍ମାନ୍ତର ବିଧିର ବିଧାନେ।

ପୂର୍ଣ୍ଣଚ୍ଛେଦ ଏକ ଆହ୍ବାନର ସଂକେତ

ଇତି ପରେ ବି ଇତି ନୁହେଁ କିଛି

ଆଉ ଏକ ଆରମ୍ଭର ଶୁଭ ସୂଚନା ମାତ୍ର

ବାକ୍ୟର ସମାପ୍ତିରେ ପୂର୍ଣ୍ଣଚ୍ଛେଦ ପଡିବା 

ଆଗରୁ ଲାଗିଥାଏ ବହୁ ବିରାମ ଚିହ୍ନ,

କମା ସମ୍ଵୋଧନ ପ୍ରଶ୍ନ ବିସ୍ମୟ ସୂଚକ

ପୂର୍ଣ୍ଣଚ୍ଛେଦ ସବୁରି ମଧ୍ୟରେ ଶ୍ରେଷ୍ଠ

ଜୀବନର ପୂର୍ଣ୍ଣଚ୍ଛେଦ ପଡିବା ପୂର୍ବରୁ 

ସଯତ୍ନରେ କର୍ମକରି ସଜାଡିବାକୁ ହେବ

ବାକ୍ୟର ପ୍ରତିଟି ପଦ ଶବ୍ଦ ସଠିକ ରୂପେ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract