ଯୁଗେ ଯୁଗେ ଦେବ ଓ ଦାନବ
ଯୁଗେ ଯୁଗେ ଦେବ ଓ ଦାନବ
ସତ୍ୟ ଯୁଗରେ ଦେବତା ଦାନବ
କେହି କାହାକୁ ନୁହଁନ୍ତି ଯେ ସରି,
ନିଜ ନିଜ ଲୋକରେ ଥାଇ କରନ୍ତି ଶତ୍ରୁତା
ସମସ୍ତେ ସମସ୍ତଙ୍କ ଅଟନ୍ତି ବଇରୀ ।
ଗୋଟିଏ ଲୋକରେ ଥାଇ ତ୍ରେତୟାରେ
ରହିଥିଲେ ଦେବ ଓ ଦାନବ,
ରାମ ରାବଣ ମଧ୍ୟରେ ହୋଇଥିଲା ଯେ ସଂଗ୍ରାମ
ନାରୀ ହରଣରୁ ଥିଲା ବୈରୀ ଭାବ।
ପରିବାର ଭିତରେ ଭାଇ ଭାଇଙ୍କ ମଧ୍ୟରେ
ଥିଲା ଦେବ ଦାନବର ଗୁଣ,
ତ୍ରେତୟାରେ ହେଲା ମହାଭାରତର ଯୁଦ୍ଧ
ହେଲା ଦ୍ରୌପଦୀ ବସ୍ତ୍ର ହରଣ ।
କଳିରେ ରହିଛନ୍ତି ଦେବ ଓ ଦାନବ
ମାନବର ଶରୀର ଭିତରେ,
ଏବେ ମଧ୍ୟ ସେମାନଙ୍କ ଲଢ଼େଇ ଚାଲିଛି
ଫୁଟି ବାହାରୁଛି ମନୁଷ୍ୟର କର୍ମ ଆଚରଣରେ।
ଦାନବର ଗୁଣ ଯୋଗୁଁ ମନୁଷ୍ୟ ପଶୁ ପାଲଟିଛି
କରୁଛି ନାରୀ ହତ୍ୟା ଆଉ ବ୍ୟଭିଚାର ,
ସେହି ମନୁଷ୍ୟ କେତେବେଳେ ଦେଵତା ସାଜୁଛି
ରକ୍ଷାକର୍ତ୍ତା ସାଜି ଅସହାୟ,ଦୁଃଖୀ ଜନଙ୍କର।
ମନୁଷ୍ୟ ମନୁଷ୍ୟ ଭିତରେ ଆଜି ଜଣା ପଡୁନାହିଁ
କିଏ ଅଟେ ଦେବ ଆଉ କିଏ ଯେ ରାକ୍ଷସ,
ମନୁଷ୍ୟ ଶରୀରେ ଦାନବର ନିପାତ ନ ହେଲେ
ଜାଣିଥାଅ ହେବ ନିଶ୍ଚେ କଳିକାଳ ଶେଷ।
