STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ଋତୁ ବଦଳି ପାଗ ବଦଳେ

ଋତୁ ବଦଳି ପାଗ ବଦଳେ

1 min
171


ନରମି ଆସେ ଖରାର ତାତି

ଦେହକୁ ଲାଗେ ହାଲୁକା ହାଲୁକା ଶୀତ,

ଖୋଜା ହେଲାଣି ଗରମ ପୋଷାକ

ସୁଲୁସୁଲିଆ ବାଆ ଗାଉଛି ଗୀତ।


ଋତୁ ବଦଳି ପାଗ ବଦଳେ

ନୂଆ ଭାବନା କେତେ ମନରେ ଖେଳେ,

ନିମିଷକେ ସମୟ ବଦଳେ

ଜାତିଜାତିକା ଫୁଲ ଫୁଟେ ପ୍ରକୃତି କୋଳେ।


ଶୀତ ଆସୁଛି ନୂଆବୋହୂ ପରି

ନାଇ ସୁନା ଗହଣା ସୁନ୍ଦର ଓଢ଼ଣୀ,

ଥରିଥରି ଚାଲି ଆସୁଛି ସେ ମୁଣ୍ଡ ନୁଆଁଇ

ସପନ ଦେଖେ ହେବାକୁ ରାଜରାଣୀ।


ଉଷୁମ ବିଛଣା ପାରି ଘୁଙ୍ଗୁଡ଼ି ମାରେ ନିଦ

ଦିନର ଥକ୍କା ମେଣ୍ଟାଇ ଦିଏ ନେଇ ବିଶ୍ରାମ,

ନବ ପୁଲକେ ନାଚେ ଆନନ୍ଦ 

କାଲୁଆ ହାତ ଗୋଡ଼ ପାଇଲେ ଗରମ।


ଦୁଃଖ ସାଉଁଟି ସୁଖ ଦିଏ ଆଣି

ଜୀବନ ବଦଳାଏ ନାନା ରଙ୍ଗେ,

ଆଜିର କଥା ବି ରହେନା କାଲିକୁ

ବିତିଯାଏ ସବୁ କଷ୍ଟ ଯନ୍ତ୍ରଣା ଏଇ ଅଙ୍ଗେ।


ଆସିବାର ଯିଏ ଅଛି ଆସିବ ଅବଶ୍ୟ

ହେବନାହିଁ ତାକୁ କେବେ ଅଟକାଇ,

ସାହସ ସଞ୍ଚି ଜୁଝିଲେ ତାର ସାଥେ

ବୋଲରେ ରହି ଦିନେ ଯିବ ପଳାଇ।


ଋତୁ ବଦଳି ପାଗ ବଦଳେ

ଆସି ପାରେ ହେମାଳ ହାଡ଼ଭଙ୍ଗା ଶୀତ,

କାହାକୁ ଶତ୍ରୁ ନ ବିଚାରି କେବେ

ଆଦରି ନେଲେ ହୋଇଯାଏ ସେ ମିତ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action