STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତ୍ୟାଗର ଗାରିମା

ତ୍ୟାଗର ଗାରିମା

1 min
13


ହିନ୍ଦୀ ସାହିତ୍ୟରେ ସନ୍ଥ କବି ଭାବେ

     ସୁର ଦାସ ପରିଚିତ

ନିଜର ପ୍ରତିଭା ଅନନ୍ୟ ଭକ୍ତିରେ

     ବିଷ୍ଣୁ ଙ୍କୁ କରିଲେ ପ୍ରୀତ।

ନେତ୍ର ହୀନ ଥିଲେ ମନ୍ଦ କର୍ମ ଯୋଗୁଁ

     ଅନୁତାପେ ହୋଇ ଦଗ୍ଧ

ଯୁବତୀ ଦେହର ସୌନ୍ଦର୍ଯ୍ୟରେ ବାଇ 

     ସ୍ୱନେତ୍ର କରିଲେ ବଧ।

ନିରୀହ ଯୁବତୀ କିଛି ନ ଜାଣଇ

     ଜଳ କରିଥିଲେ ଦାନ

ଏକଇ ଭାବନା ମନେ ପୋଷି ଥିଲେ

     ତୃଷା ନିବାରଣ ମାନ।

ସୁରଦାସ ସେହି ସମୟେ ଭୁଲିଲେ

     ନେତ୍ର ର କୁଟିଳ ଗତି

ପଶ୍ଚାତ ଗମନ କଲେ ଯୁବତୀର

     ଭୁଲି ଯାଇ ବିଦ୍ୟା ବୁଦ୍ଧି।

ପୁନର୍ବାର ସେହି ଯୁବତୀ ପ୍ରୁଛିଲେ

     ଆଉ ଲୋଡା କିଛି ଜଳ

ସୁରଦାସ ଏବେ ଚାକୁ ଟିଏ ପାଇଁ

     କହି ବୁହାଇଲେ ଝାଳ।

ତାପରେ ଘଟିଲା ଚକ୍ଷୁ କୁ ତାଡ଼ିବା

     ନିଜ ପାପ ଦହନରେ

ଫେରି ଆସି ସନ୍ଥ ସମର୍ପି ନିଜକୁ

      ଶ୍ରୀ କୃଷ୍ଣ ଙ୍କ ଚରଣରେ।

କାହାରି ଭକତି ବିଫଳ ହୁଏନା

     ସୁର ହେଲେ ଶିରୋମଣି

ଅନ୍ୟନ୍ୟ ଭକ୍ତିରେ ହିନ୍ଦୀ ସାହିତ୍ୟରେ

     ଭକ୍ତି ଗୀତ ଦେଲେ ବୁଣି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action