STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ଶୁନ୍ୟତାରେ ପୂର୍ଣ୍ଣତା

ଶୁନ୍ୟତାରେ ପୂର୍ଣ୍ଣତା

1 min
15


ମାପି ହୁଏନା କି କଳିହୁଏନା ସିନା

ଚକାଆଖିରେ ପରିପୂର୍ଣ୍ଣତା

ଉପରକୁ ଲାଗେ ଶୁନ୍ୟ ଭିତରେ ପୂର୍ଣ୍ଣକୁମ୍ଭ

କୈବଲ୍ୟ ନିର୍ମାଲ୍ୟ ମାଣିକା ପୂର୍ଣ୍ଣତା 

ନିଶ୍ୱ ଲାଗିଲେ ବିଶ୍ୱ ଜଗନ୍ନାଥ ପାଶେ ଆସ

ମିଳିଯିବ ନିଶ୍ୱାସ ନେବାକୁ ବିଶ୍ୱାସ ସଂହିତା

ଜୀବନର ଆକ୍ତାମାକ୍ତା ରାସ୍ତା ଶିଉଳି ଖସଡ଼ା

ମୁକ୍ତି ପାଇବାକୁ ଦେଖ ପତିତପାବନ ବାନା

ଉଡେ ଫରଫର ଦିଶେ ବଡ଼ ସୁନ୍ଦର ମନୋହର

ଚକାଆଖି କରେ ମୁଗ୍ଧ ଦର୍ଶନେ ବିମୋହିତା

ଓଡିଶା ଆରାଧ୍ୟ୍ୟ କହି ପୁରୀ ସରକାର ବୋଲାଇ

ହେ ଜଗତକର୍ତ୍ତା ସଭିଙ୍କୁ ବାଣ୍ଟୁଥାନ୍ତି ବାର୍ତ୍ତା

ଘଣ୍ଟ ଘୋଡାଇ ମହୀ ରଖ ଦୀନବନ୍ଧୁ ତୁହି

ଦୂରେଇ ମନ ଓ ହୃଦରୁ ଶୁନ୍ୟତା

ତୁମ ଭାବ ଭକ୍ତି ପଂକ୍ତି ଭାଗବତ ନିତି ଶ୍ରୁତି

ଆଣିଦିଏ ଜୀବନ ସାନିଧ୍ୟ ସଂହିତା

ଆଜି ବି ମାଣିକ ଡାକେ ଦହି ନେବ କେ ଦହି

ମାଣିକପାଟଣା ଗାଁର ନିବେଦିତା

ମାଧୁର୍ଯ୍ୟରେ ମାଧୁରିମା ଢାଳି ଗଉଡ଼ୁଣୀ ବାଳି

ରାଧା ରୂପେ ଗୋପରେ ରହିଛି ଚାହିଁ ଆଜିକାଲି

କୋଉ ଜନ୍ମର ଆଶା କୋଉ ଜନ୍ମେ ପୁରଣ କରୁଛ

ହେ ଚକାଆଖି କରନା ନିରିମାଖୀ ସୀତା

ଶୂନ୍ୟତା ଭିତରେ ଭରିଦିଅ ଓଁ ଶକ୍ତି ଗାଥା

ରାମାୟଣ ରାମ ହୋଇ ବାୟୁ ଅଗ୍ନି ଜଳ

ଆକାଶ ପୃଥିବୀ ସ୍ଥଳ ତୁମେ ଭାବଗ୍ରାହୀ

ଲେଖିବାକୁ ବଳ ଦେଇ ହୁଅ ସାହାଭରସା

ଶୂନ୍ୟତାରେ ଭରିଦିଅ ଭାଗବତ ଗୀତା

ଶୁନ୍ୟତା ରହୁ ଏକା ଗୋଟେ ଶବ୍ଦ ହୋଇ

କେବଳ ଏକ ମନତଳ ଗାଥା

ଶୁନ୍ୟତା ଭିତରେ ଭାବ ଲୟ ଭକ୍ତିର ସଳିତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action