STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ବିଶ୍ୱାସ ସ୍ଥାପନ

ବିଶ୍ୱାସ ସ୍ଥାପନ

1 min
16


ବିଶ୍ୱାସ ସ୍ଥାପନ ପ୍ରକୃତି ଧରମ

     ନିତି ଆମେ ଦେଖୁଥାଏ

ଠିକଣା ସମୟେ ପୂରୁବ ଦିଗରେ

       ସୂର୍ଯ୍ୟୋଦୟ ହୋଇଥାଏ।

ବିଶ୍ୱାସରେ ବହେ ମଳୟ ପବନ

       ଫୁଲ ଫୁଟେ ଭଳି ଭଳି

ବିହଙ୍ଗମ ଉଡେ ଆକାଶ ମାର୍ଗରେ

       ପ୍ରଭୁ କୃପା କଳି କଳି।

ଭାଇ ଭଉଣୀ ଙ୍କ ସେନେହ ବନ୍ଧନ

      ପିତା ମାତା ଆଶିଷରେ

ପରିବାର ହୁଏ ଦୃଢ଼ ଓ ଶକତ

      ବିଶ୍ୱାସ ମାନଦଣ୍ଡରେ।

ବିଶ୍ୱାସେ ତଟନୀ ବହି ବହି ଯାଏ

      ପାରାବାର ଅଭିମୁଖେ

ମିଶ୍ରଣ ପର୍ବରେ କେତେ ଯେ ନିର୍ବାଣ

      ଅନୁଭବ ରଖ ସ୍ୱାଦେ।

ଆସ ହେ ଭକତେ ବିଶ୍ୱାସ ରଖିବା

      ଜଗନ୍ନାଥ ଚେତନାରେ 

ଯୁଗ ଯୁଗ ଧରି ସେହି ବନ୍ଧନରେ

      ବାନ୍ଧି ହେବା ଜୀବନରେ।

ତାଙ୍କ ପ୍ରତି ଧ୍ୟାନ ତାଙ୍କ ପ୍ରତି ମନ

      ଶରୀର କରି ଅର୍ପଣ

ତାଙ୍କରି ସୃଷ୍ଟିକୁ ସାର୍ଥକ କରିବା

      ବିଶ୍ୱାସ କରି ସ୍ଥାପନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action