ବିଶ୍ୱାସ ସ୍ଥାପନ
ବିଶ୍ୱାସ ସ୍ଥାପନ
ବିଶ୍ୱାସ ସ୍ଥାପନ ପ୍ରକୃତି ଧରମ
ନିତି ଆମେ ଦେଖୁଥାଏ
ଠିକଣା ସମୟେ ପୂରୁବ ଦିଗରେ
ସୂର୍ଯ୍ୟୋଦୟ ହୋଇଥାଏ।
ବିଶ୍ୱାସରେ ବହେ ମଳୟ ପବନ
ଫୁଲ ଫୁଟେ ଭଳି ଭଳି
ବିହଙ୍ଗମ ଉଡେ ଆକାଶ ମାର୍ଗରେ
ପ୍ରଭୁ କୃପା କଳି କଳି।
ଭାଇ ଭଉଣୀ ଙ୍କ ସେନେହ ବନ୍ଧନ
ପିତା ମାତା ଆଶିଷରେ
ପରିବାର ହୁଏ ଦୃଢ଼ ଓ ଶକତ
ବିଶ୍ୱାସ ମାନଦଣ୍ଡରେ।
ବିଶ୍ୱାସେ ତଟନୀ ବହି ବହି ଯାଏ
ପାରାବାର ଅଭିମୁଖେ
ମିଶ୍ରଣ ପର୍ବରେ କେତେ ଯେ ନିର୍ବାଣ
ଅନୁଭବ ରଖ ସ୍ୱାଦେ।
ଆସ ହେ ଭକତେ ବିଶ୍ୱାସ ରଖିବା
ଜଗନ୍ନାଥ ଚେତନାରେ
ଯୁଗ ଯୁଗ ଧରି ସେହି ବନ୍ଧନରେ
ବାନ୍ଧି ହେବା ଜୀବନରେ।
ତାଙ୍କ ପ୍ରତି ଧ୍ୟାନ ତାଙ୍କ ପ୍ରତି ମନ
ଶରୀର କରି ଅର୍ପଣ
ତାଙ୍କରି ସୃଷ୍ଟିକୁ ସାର୍ଥକ କରିବା
ବିଶ୍ୱାସ କରି ସ୍ଥାପନ।
