STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ସେ ନୁହେଁ ପଳାତକ

ସେ ନୁହେଁ ପଳାତକ

1 min
10


ସେ ଲୁହରେ ଡରିବନି

ତା ସ୍ୱପ୍ନ, ସ୍ୱପ୍ନ ନୁହେଁ ସନାତନ ସୁନ୍ଦର ସତ୍ୟ ବାସ୍ତବତା

ତେଣୁ ତା' ବାସ୍ତବତା କେବେ ମରିବନି,

ସେ ପାଉଥିବା ଦୁଃଖ, ଦୁଃଖ ନୁହେଁ

ଦୁଃଖ ରୂପକ ସୁରଭିତ ଅମିୟ ଈଶ୍ୱରୀୟ ସୁଖ ପ୍ରୀତି

ଈଶ୍ୱରୀୟ ତତ୍ତ୍ଵ କେବେ ସରିବନି,


ସେ ଲୁହରେ ଭାଙ୍ଗିବନି

ସଳଖି ଛିଡ଼ାହେବ ଭୂମିରେ ଜମା ପଡ଼ିବନି

ତା' ଲୁହ ଅମୂଲ୍ୟ ଶ୍ରେଷ୍ଠ ତତ୍ତ୍ଵରେ ଗଢ଼ା

ସେ ଲୁହ କାହା ହସକୁ କେବେ ବି ମାରିବନି,

ସେ କାନ୍ଦୁଛି ସତ, ତା' କାନ୍ଦରେ ଭରା ପବିତ୍ରତା

ପଳାତକ ନୁହେଁ ସେ ଯେ ଛାଡ଼ିଦେବ ଯୁଦ୍ଧକ୍ଷେତ୍ର

ତା' ଜୀବନ ଦୃଶ୍ୟମାନ ପ୍ରତିଟି ସକାଳେ

ମୃତ୍ୟୁ ତା'ର ସାର୍ଥକ ଲଭିବ ଉପଯୁକ୍ତ ସମୟରେ

ପ୍ରତିକ୍ଷଣେ ସଂଘର୍ଷ ତା'ର ମାନସିକତାରେ

ଲଢିବା କେବେ ବି ସେ ଛାଡ଼ିବନି,


କିଞ୍ଚିତ ଭାବରେ ଚାଲିଛି ଶବ୍ଦର ଜୀବନ

ଦିନେ ସେ ନିଶ୍ଚିତ ରଚିବ ଅପ୍ରତ୍ୟାଶିତ ଜୀବନ୍ତ କାହାଣୀ

ସତ୍ୟର ପ୍ରଚଣ୍ତତା ଓ ବାସ୍ତବତାର ବତାସରେ

ଚମକି ଉଠିବ ପାଠକ ପ୍ରାଣ

ଆଶ୍ଚର୍ଯ୍ୟ ଚକିତ ହେବେ ଯେତେ ସମ୍ପର୍କର ତତ୍ତ୍ଵମାନେ,

ସେ ନୁହେଁ ପଳାତକ ସେ ନୁହେଁ ଭୀରୁ

ଯନ୍ତ୍ରଣାର ଯନ୍ତ୍ରାଂଶକୁ ଛାତିରେ ଧରି

ଶେଷ ନିଃଶ୍ୱାସ ଯାଏ ସତ୍ୟ କୁ ଖୋଜିବ,

ସେ ଫେରିବା ପୂର୍ବରୁ ଜମା ଫେରିବନି

ଆତ୍ମଶକ୍ତିରେ ବଳୀୟାନ ସେ ବୁଝେ ଜୀବନ

ତେଣୁ ସଂଘର୍ଷ ପଥ କେବେ ଛାଡ଼ିବନି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract