ଗତିପଥ
ଗତିପଥ
ଅଙ୍କା ବଙ୍କା ନଈ ଯାଏ ବହି
ଜଳ ମୁନ୍ଦେ ଦାନ ଦେଇ
ସିଧା ଗଛ ଉପରକୁ ବଢ଼ି ଥାଇ
ଦେବାକୁ ବାଟୋଇଙ୍କୁ ଛାଇ ।
ପାହାଡ଼ର ଗତି ହେଉ ବି ଯେମିତି
ନଈର ଉତ୍ପତି ସ୍ଥଳ ହୋଇ
ପକ୍ଷୀର ଗତି ଆକାଶରେ କେବେ
ଗଛରେ ଥାଏ ରହି ।
ପୋକଜୋକ ଖାଇ ସଫା ରଖେ
ଟିକି ଚଢେଇଟେ ହୋଇ
ବଳକା ଖାଦ୍ୟ ନାଫୋପାଡି ପିଲେ
ପଶୁ ପକ୍ଷୀଙ୍କୁ ଦେବା ପାଇଁ ।
ଶୀତ ଦିନେ ବସ୍ତ୍ର ବାଣ୍ଟିବା ଉଚିତ
ଯାହାର ଦରକାର ଥାଇ
ମଣିଷ ସବୁଠୁ ଶ୍ରେଷ୍ଠ ଦୁନିଆରେ
ଅନ୍ୟର ଲୁହ ପୋଛିବା ପାଇଁ ।
ଯେତିକି ପାରିବ ସେତିକି କରିବ
ଅନ୍ୟ ଉପକାର ପାଇଁ
ମାଆର ମମତ୍ତ୍ୱ ଆଜି ବି ବହିରେ
ସ୍ବର୍ଣ୍ଣ ଅକ୍ଷରେ ଲିପିବଦ୍ଧ ହୋଇ ।
ବାପାଙ୍କ ମହାନୁଭବତା ପରିବାର ପାଇଁ
କୋଉଠି ଦେଖିଛ କେହି
ଏସବୁ ଗତି ସଂସ୍କୃତି ନାମେ ଆମର
ଅଛି ଥିଲା ଥିବ ରହି
ମଣିଷ ପଣିଆ ମଣିଷର ଗତି ସାଥେ
ସଦା ଥାଉ ପାଖେ ରହି ।
