STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଆରତ ନାଶନ

ଆରତ ନାଶନ

1 min
8


ଆରତ ନାଶନ ହେ ଚକା ନୟନ

    କୋଟି ଜନ ଗଣ ନାଥ

ଭବ ସିନ୍ଧୁ ପାରି କରିବାରେ ତୁମେ 

     ନାବିକ ହେ ଜଗନ୍ନାଥ।


ଦିନ ଆସି ପୁଣି ରାତିର ଅନ୍ଧାର

     ଘୋଟୁଛି ସାରା ସଂସାର

ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟାସ୍ତ ପଂହଞ୍ଚେ

     ମାସ ବର୍ଷ ଋତୁ ଭାର।


ଯୌବନ ମଉଳେ ଶରୀର ଉପରେ

     ଉଦ୍ଧାମତ୍ତା ହୁଏ ଲୀନ

ସମୟ ସୁଅରେ ସବୁ ଭାସି ଯାଏ

     ସେ ସବୁ ତୁମ ଭିଆଣ।


ତୁମରି ନୟନେ ପଲକ ନ ପଡେ

      ଜଗତର ହିତ ପାଇଁ

ଭକ୍ତ ଭକ୍ତି ନେଇ ତୁମେ ଆତଯାତ

     କେତେ ଲୀଳା ଖେଳା ଦେଇ।


ତୁମେ ପରା ପ୍ରଭୁ ଅସୀମ ପ୍ରତୀକ

      ନାହିଁ ତୁମ ଆଦି ଅନ୍ତ

ତୁମ ଆଳତିରେ ବାଦ୍ୟ ଶୁଭେ ନାହିଁ

      କେଡେ ଶାନ୍ତ କେଡେ କାନ୍ତ।


ତୁମ ବାସ ସ୍ଥାନ ନୀଳାଚଳ ଧାମ

      ଜଗତ ରେ ଏକା ସାର

ସ୍ଵର୍ଗ ସୁଖ ପାଇଁ ଇଛନ୍ତି ଭକତେ

      ଆସୁଥାନ୍ତି ବାରମ୍ବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action