STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ଆସିଛି ମକର

ଆସିଛି ମକର

1 min
13


ଆସିଛି ମକର

ପୁର ପଲ୍ଲୀଠାରୁ ସାରା ସହର ନଗର

ହେଉଛି ଉତ୍ସବ ମୁଖର

ହସ ହସ ସବୁରି ମୁହଁ ସରସ ସୁନ୍ଦର

ବରଷ ଭିତରେ ଏ ଶୁଭ ଅବସର

ସାଜସଜ୍ଜା ହୋଇଛି ଘରକୁ ଘର 

ଆଖି ଅଟକି ରହେ ପଡ଼ିଲେ ନଜର

ଆସିଛି ମକର

ମନ ଉଲ୍ଲସିତ ହୁଏ ସଭିଙ୍କର

କିଣା ହୁଏ ନୂଆ ପୋଷାକ ପତର

ବନ୍ଧୁବାନ୍ଧବଙ୍କଠାରୁ ଆସେ ଶୁଭ ଖବର

ଭାବ ବିନିମୟ ହୁଏ ମଧୁର

ମନେ ପ୍ରାଣେ ଦୁଃଖ ନାହିଁ କାହାର

ଏକ ମନ ମେଳ ସପରିବାରର

ଆସିଛି ମକର

ମୁଖ୍ୟ ରାସ୍ତାରେ ତୋରଣ ତାର

ସନ୍ଦେଶ ଦିଏ ଶୁଭେଚ୍ଛା ଅଭିନନ୍ଦନର

ବାଜେ ବାଜା ଶୁଭେ ଝଙ୍କାର

ନାଚ ତାମସା ଆଖାଡ଼ାର

ଯିଏ ଯା'ର କାମରେ ଅଛନ୍ତି ତତ୍ପର

ପରିବେଶ ପରିମଳ ଲାଗେ ମନୋହର

ଆସିଛି ମକର

ହୁଏ ପିଠା ପଣା କେତେ ପ୍ରକାରର

ମଣ୍ଡା ଆରିସା କାକରା ସ୍ଵାଦ ମଧୁର

ଆୟୋଜନ ହୁଏ ଖିଆପିଆର

ହୁଏ ପୁଣି ଜାନିଯାତ ମେଳାର ଆସର

ଚଳ ଚଞ୍ଚଳେ ଚାଲେ ଗାଡ଼ି ମଟର

କିଣା ହୁଏ ଯା'ଯା' ଦରକାର

ଆସିଛି ମକର

ତିଆରି ହୁଏ ' ମକର କୁମା ' ପିଲାଙ୍କର

ଗାଧୁଆ ହୁଏ ବଡ଼ି ଭୋର ଭୋର 

ବଢ଼େ ନୂଆ ଜାମା ପ୍ୟାଣ୍ଟ୍ ର ଆଦର

ବାଣ ଫୁଟାର ଆନନ୍ଦ ବିଭୋର

ଭାଇଚାରାର ଭାବ ପରକୁ କରେ ନିଜର

ମଧୁମୟ ହୁଏ ଭବ ସଂସାର

ଆସିଛି ମକର

କମିଯାଏ ଶୀତ କଷ୍ଟ ହୁଏ ଦୂର

ଉତ୍ତରାୟଣ ଗତିରେ ସୂର୍ଯ୍ୟଦେବଙ୍କର

ସରଛି ଅମଳ ଧାନ ଭର୍ତ୍ତି ଅମାର

ଚାଷିକୁଳ ହସନ୍ତି ସଫଳତାରେ ତାଙ୍କର

ସ୍ଵପ୍ନ ହୋଇଛି ସାକାର

ମିଳିଛି ଶ୍ରମ ସାଧନାର ପୁରସ୍କାର

ଆସିଛି ମକର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract