Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

4  

Geetanjali Prusty

Action

ଅଭିମାନିନୀ ଶୀତରାଣୀ

ଅଭିମାନିନୀ ଶୀତରାଣୀ

1 min
9



ପୂର୍ବାଶା ଲଲାଟେ ଆସିଗଲେ ରବି

ଧାରଣୀର ବୁକୁ ଛୁଇଁ

ପଉଷ ପ୍ରତ୍ୟୁଷେ ଶୀତରାଣୀ ସେତ

ଅଭିମାନେ ଯାଏ ଧାଇଁ l


ଉଷ୍ମତା ଉହାଡ଼େ କାହିଁ ଲୁଚିଯାଏ

କାଲୁଆ ବାଆର ସ୍ପର୍ଶ

କୁହୁଡ଼ି କାକର ଘେରା ଉପବନେ

ଖେଳିଯାଏ ରଙ୍ଗ ଚିତ୍ର l


ଅନ୍ଧକାର ସାଥେ ଆଳସ୍ୟ ଆଳାପ

ଘୁଞ୍ଚି ଘୁଞ୍ଚି ଯାଏ ଦୂରେ

କର୍ମଠ କରାଏ ମାନବ ଶରୀର

ସତେଜ ସଂଭ୍ରମ ସ୍ଵରେ l


ପଶମ ପ୍ରସ୍ତୁତ ଶୀତବାସ ସଙ୍ଗେ

ଭଳି ଭଳି ଆଭରଣ

ମାଘର ବାଘୁଆ ଶୀତ ଫେରିଯାଏ

ଆସେ ଫୁଲେଇ ଫଗୁଣ l


ଅଭାବୀ ସଂସାରେ ଅଭିମାନୀ ଶୀତ

ଗାଏ ବୀରହର ଗୀତ

ଲାଜ ଲୁଚିବାକୁ ଲୁଗାର ଅଭାବ

ତା ସଙ୍ଗେ କି ହେବ ମିତ l


ଋତୁ ବଦଳିଲେ ଧରା ଉପବନେ

ଚୋରା ଚଇତାଳି ବହେ

ଶୀତରାଣୀ ଗାଏ ବେସୁରା ରାଗିଣୀ

ଅଭିମାନୀ ଲୁହ କହେ l


ମେଲାଣି ନେଇ ସେ ଚାଲିଯାଏ ଧୀରେ

ଫେରିବାର କଥା ଦେଇ

କଲେ କରୁ ପଛେ ମାନ ଅଭିମାନ

ଶୀତର ତୁଳନା ନାହିଁ l



Rate this content
Log in

Similar oriya poem from Action