STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

ॐ ନମଃ ଶିବାୟ

ॐ ନମଃ ଶିବାୟ

1 min
11

     


ॐ ନମଃ ଶିବାୟ .....ॐ ନମଃ ଶିବାୟ,

ହେ ଦୟାମୟ............... ହୁଅ ସଦୟ।

ତୁମେ ଦେବ ଦେବ ମହାଦେବ

        ତୁମେ ଆଶୁତୋଷ ସଦାଶିବ,

ଦୁ଼ଃଖୀ ଦୁଃଖ କର ଅନୁଭବ

       କଲ୍ୟାଣେ ତୁମ ତରଇ ଜୀବ।

ତୁମେ ଭୋଳାନାଥ ମହେଶ୍ୱର

         କୈଳାସପତି ଉମାଶଙ୍କର,

ତୁମେ ତ ତ୍ରିଶୂଳଧାରୀ ହର

         ପାପ ତାପ ସବୁ ଦୂର କର। 

ॐ ନମଃ ଶିବାୟ ... ॐ ନମଃ ଶିବାୟ,

ଦିଅ ବରାଭୟ ..............ହେଉ ଜୟ।

ତୁମେ ରୁଦ୍ର ହେ ଡମ୍ବରୁଧାରୀ 

         ଧର୍ମକୁ ରଖ ଦୁଷ୍ଟ ସଂହାରି,

ତୁମକୁ ଯିଏ କରେ ଗୁହାରି

         ରଖ ତାକୁ ବିପଦୁଁ ଉଦ୍ଧାରି।

ତୁମେ ନୀଳକଣ୍ଠ ଦିବ୍ୟ ଶକ୍ତି 

       ତୁମେ ପଞ୍ଚାନନ ମହାଜ୍ୟୋତି,

ଦୁଃଖ କ୍ଳେଶରୁ ଦିଅ ମୁକତି 

       ତୁମ ଚରଣେ ଢ଼ାଳେ ପ୍ରଣତି।

ॐ ନମଃ ଶିବାୟ ... ॐ ନମଃ ଶିବାୟ,

ମାଗେ ଆଶ୍ରୟ.............. ଦିଅ ଅଭୟ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract