STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ମହାନଦୀରେ ବଢ଼ି

ମହାନଦୀରେ ବଢ଼ି

1 min
175


ଉତଫୁଲିତା ସେ ଆଜି ଉଛୁଳା ଯୌବନେ

ଆକାଶ ଆଖିରେ ଦେଖି ତା ପୁରିଲା କାୟାକୁ,

ସାମାନ୍ୟ ଅହଙ୍କାର ବୋଧେ ଜାଗିଛି ହୃଦୟେ

ବାହୁ ପ୍ରସାରି ଉଠେ 

ସତେ ଅବା ଆକାଶକୁ କୋଳେଇ ନେବାକୁ।


ପଞ୍ଚଶର ଆଘାତେ ଆନମନା ହୁଏ ଆକାଶ

ମହାନଦୀର ପ୍ରଲମ୍ବିତ ବକ୍ଷରେ ଲୋଟିଯିବା ଆଶେ

କମି ଆସେ ଜଳ ଓ ଜଳଦର ବିଶାଳ ଦୂରତା

ଦିଗନ୍ତର ସେପାଖରେ ଶୁଭେ କାର ହର୍ଷିତ ସିତ୍କାର।


ଜଣେ ବିସ୍ମୃତ ହୁଏ ତାର ଶୁଷ୍କ ଇତିହାସ

ଆଉଜଣେ ଭୁଲିଯାଏ ରୌଦ୍ରତାପେ ଉତ୍ତପ୍ତ ଉଛ୍ୱାସ,

ମୌସୁମୀର ମାୟାଜାଲେ ସମ୍ମୋହିତ ଦୁଇ ଆତ୍ମା

ପ୍ରଗାଢ଼ ପ୍ରଣୟେ ଲିପ୍ତ ଲଜ୍ୟା ତେଜି କିରଙ୍ଗେ ବିସ୍ମୟେ।


ଆହ୍ଲାଦିତ ଶୈବାଳିନୀ ଅଧିରା ନଭ କଳ୍ପନାରେ

ବିସ୍ତାରେ ତା କଳେବର ଉନ୍ମୁକ୍ତ ସ୍ରୋତରେ

ଆକାଶର ସନ୍ତୋଷ ବିଧାନେ ବୋଧେ ହୁଏ ସ୍ୱାର୍ଥପର

ଆବୋରି ନିଏ ବସୁମତୀ ବପୁ

ସତେକି ସେ ବ୍ୟଗ୍ର ଆଜି ରଚିବାକୁ ଧରାପୃଷ୍ଠେ 

ଆଉ ଏକ କ୍ଷୁଦ୍ର ଅନ୍ତରୀକ୍ଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract