STORYMIRROR

Anita Dash

Abstract Others

4  

Anita Dash

Abstract Others

ଶରତ ପୂର୍ଣ୍ଣିମା

ଶରତ ପୂର୍ଣ୍ଣିମା

1 min
347

ଶ୍ରୀମା ଗଜଲକ୍ଷ୍ମୀ ତୁମ ଜନମ ଦିନରେ

ଶିରପାତି ପ୍ରଣିପାତ ଚରଣ କମଳେ ।

ଶରତ ପୂର୍ଣ୍ଣିମାରେ 'ମା' ଦିଅ ଶୁଭାଶୀଷ

ସନ୍ତୋଷ-ସମ୍ପଦେ ପୂରିଉଠୁ ମୋ ଉଆସ ।


ସପ୍ତାଶ୍ୱରଥ ସାରଥୀ ଦେବ ଦିବାକର

ସକାଳର ଅରଚନା ହୃଦେ ଘେନାକାର ।

ସପତ ଫଳ ମିଶାଇ ବାଢିଛୁ ଆଞ୍ଜୁଳୀ

ସକଳ ଜୀବନ ଉତ୍ସ ତୁମ୍ଭେ ଅଂଶୁମାଳୀ ।

ସତେଜତା ଭରିଦିଅ ନିରାଶ ମନରେ

ସନମାନ ଯଶ ମିଳୁଥାଉ ଜୀବନରେ ।


ସରଗ-ମରତ ଧାମ ସୁସଂଯୋଗ କାରୀ

ସତୀ ବୃନ୍ଦାବତୀ ମାତା ନିତ୍ୟ ଶୁଭଙ୍କରୀ ।

ଶୁଭ ବରଦାନ ତବ ଶିରେ ଦିଅ ଥାପି

ଶୁଭାଶୀଷ ପାଇ ହୁଏ ସଉଭାଗ୍ୟବତୀ ।


ସଞ୍ଜରେ ଚାନ୍ଦ ଚକଟା ମଂଡାପିଠା ଥାଳି

ସୁଶୀତଳ ଶଶାଙ୍କକୁ ଅରପଣ କରି ।

ଶାନ୍ତି ଏକାଗ୍ରତା ଆମ ମନେ ରହୁ ପୂରି

ସ୍ଵାସ୍ଥ୍ୟ-ସମ୍ପଦେ ଜୀବନ ହେଉ ସ୍ଵର୍ଗପୁରୀ ।।


Rate this content
Log in

Similar oriya poem from Abstract