STORYMIRROR

Priyabrata Mohanty

Abstract Inspirational

4  

Priyabrata Mohanty

Abstract Inspirational

କାଳଜୟୀ ବାପୁଜୀ

କାଳଜୟୀ ବାପୁଜୀ

1 min
323

ସତ୍ୟ ଅହିଂସା ଦୟାର ପ୍ରତୀକ

ମହାତ୍ମାଙ୍କ ଅବତାର

ହେ ମୋହନ ଦାସ ଦେଶବାସିଙ୍କର 

ଘେନ ଶୁଭ ନମସ୍କାର ll


ଅଠର ସ ଅଣସତ୍ୱରି ମସିହା

ଦି ତାରିଖ ଅକ୍ଟୋବର , 

ସୁଦାମା ପୁରୀରେ କୁଆଁ କୁଆଁ ରାବେ

ହସିଲା ପୋର୍ ବନ୍ଦର୍ ll


ରାଜ କୋଟର ମନ୍ତ୍ରୀ ଥିଲେ ପିତା 

ନାମ ତାଙ୍କ କାବା ଗାନ୍ଧୀ,

ସତୀ ସୁଦ୍ଧା ନାରୀ ପୂତଳି ବାଇ

ମାତା ହାତ ଥିଲେ ଛନ୍ଦି ll


ତାଙ୍କରି କୋଳରେ ଲଭିଲେ ଜନମ 

ଦେଶଭକ୍ତି ଗୀତ ଗାଇ

ଅମା ଅନ୍ଧକାର ହଟିଗଲା ଦେଶୁ

ଅହିଂସା ର ବାର୍ତା ପାଇଁ ll


ନ୍ୟାୟ ଅନ୍ୟାୟ ର ସ୍ୱର ହେବା ପାଇଁ

ପଢିଲ ଆଇନ ପାଠ,

ମଦ, ମାଂସ ଛାଡ଼ି ବିଦେଶେ ଚଳିଲ

ଥିଲା ମାତାଙ୍କ ଆକଟ ll


ଇଂରେଜ ମାନଙ୍କ ଘୃଣା ଅପମାନ

ହୃଦୟେ ଟାଣିଲା ଗାର,

ଅହିଂସାର ମାର୍ଗେ ବିଦ୍ରୋହ ଚଳାଇ 

ବିଦେଶୀକୁ କଲ ପାର ll


ଦକ୍ଷିଣ ଆଫ୍ରିକା ଦେଲା ମୋହା ଶିକ୍ଷା

ଘୃଣାରେ ଶିକାର ହୋଇ,

କ୍ଷମା ବାରୀ ସିଞ୍ଚି ସ୍ତବ୍ଧ କରାଇଲ

ସବୁ ହୃଦ ଗଲ ଛୁଇଁ ll


କୋଟି ସୂର୍ଯ୍ୟ ଠାରୁ ବଳି ସତ୍ୟ ତେଜ

ଧରିଥିଲେ ହୃଦୟେ,

ମାନବ ସେବାରେ କାଟୁଥିଲେ ଦିନ

ରାମଧୁନ୍ ଶୁଣି କାନେ ll


ଭାରତ ବକ୍ଷରେ ପାଦେ ଚାଲି ଚାଲି

ଏକତ୍ରିତ କଲେ ଲୋକ,

ବିଦେଶୀ ପୋଷାକ କରି ବର୍ଜନ

ଦେଲେ ସ୍ବଦେଶୀ ର ଡାକ ll


ସୁନାର ଦେଶକୁ ଲୁଟିଲେ ବିଦେଶୀ

ଲଗାଇ ବିଭିନ୍ନ କର,

ଗରୀବର ମୁଣ୍ଡେ ପଡିଲା ବଜର,

ଜୀବନ ହେଲା ଅନ୍ଧାର ।।


ଅସହଯୋଗ ର ବାଜିଲା ବିଗୁଲ

ପାଇବାକୁ ଅଧିକାର,

ଗୁଲିକୁ ନ ଡରି କଲେ ସତ୍ୟାଗ୍ରହ

ଲୁଣକୁ କରି ଆଧାର ।।


ଅହିଂସା ସମର ଲୁବଣ ବିଦ୍ରୋହ

ଦେଶଛାଡ଼ ଆନ୍ଦୋଳନ,

ସ୍ବଦେଶୀ ଡାକରା ଥର ହର କଲା

ଇଂରେଜ ରଜ ଭବନ ll


ପରାଧୀନ ମୁକ୍ତ ହେଲା ଆମ ଦେଶ

ପେରିଲା ପୂର୍ବ ସମ୍ମାନ,

ସବୁକିଛ ଦେଇ ନେଇ ନାହଁ ପଦ

ପ୍ରକୃତ ଯୋଗ୍ୟ ସନ୍ତାନ ।।


ନୀତି ଥିଲା ତୁମ ସରବେ ପଢ଼ିବେ

ସରବେ ଗଡ଼ିବେ ଦେଶ,

ଦେଶର ଉନ୍ନତି ହୋଇବ ସମ୍ଭବ

ସ୍ୱଚ୍ଛତା କରିଲେ ବାସ ll


ଅଜ୍ଞାନ ଅନ୍ଧାରେ ଶିକାର ହୋଇ,

ନଥୁରାମ କଲା ହତ୍ୟା,

ଦେହ ନଥିଲେ ବି ରହିବେ ହୃଦୟେ

ମନେ ଥିବ ତୁମ ବାର୍ତା ।।


ତୁମ ଜନ୍ମ ଦିନେ ନେଉଛି ଶପଥ 

ମା ପାଇଁ ଜୀବନ ଦେବି,

ତୁମ ଆଦର୍ଶରେ ଗଢିବୁ ଏ ଦେଶ

ମାନବ ପ୍ରେମରେ ରହି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract