ପାଦ ଚିହ୍ନ
ପାଦ ଚିହ୍ନ
ସମ୍ପର୍କର ସେତୁ ପ୍ରାଣମୟ ଶକ୍ତି
ବଚନ ସ୍ନିଗ୍ଧତା ଆଭାସର ମୁକ୍ତି
କୃତକାର୍ଯ୍ୟ ମୂଳ କଥାର ସାତ୍ତ୍ୱିକ
ଅଳ୍ପ ବହୁତରେ ନିପୁଣ ଭୌତିକ ||
ବାଲୁକାମୟ ଅନୁଭବ ତୁମ ବିଦ୍ୟା
ସ୍ଥାନେ ବିରାଜିତ ଅଟ ଗଙ୍ଗୋଦ୍ୟା
ସମୁଦ୍ର କୂଳ ସ୍ଥିତ କଳିଙ୍ଗ ଭାରତ
ଦିଗବଳୟ ମନ ଉତ୍ତରକୁ ବ୍ୟାପ୍ତ ||
ଆଶାର ସୌଧ ମନର ଶିଖର
ଶିଖାଇ ଦେବାକୁ ଉଦ୍ୟମ ପ୍ରଖର
ଚାଲୁ ଚାଲୁ ପାଦେ ଥକା ଅନୁଭବ
କଦାପି ନୋହିବ ରହିଯିବ ଭାବ ||
ମଣି ମୁକ୍ତା ଗଜକେଶରୀ ଶାମୁକା
ଚିହ୍ନ ରହିଛି ଆଉ ରହିବ ସ୍ମୃତିକା
ହସ୍ତା ପଦ୍ମା ରୂପେ ଜନ୍ମ ନେଇ ପାର
ରଖି ଦେଇଗଲ ବିଶ୍ୱାସ ତୁମର ||
ସାମାନ୍ୟ ନୁହଁଇ ଶୋଭା ବର୍ଦ୍ଧନରେ
ପାଦ ଚିହ୍ନ ତବ ଅନୁସରଣରେ
ଅମୂଲ୍ୟ ବର୍ଦ୍ଧକ କାନ୍ତିପ୍ରଦ ମର୍ମ
ସଦା ଝୁରି ଝୁରି ଶିଖେ ତୁମ ଧର୍ମ ||
