STORYMIRROR

Kusum Panda

Abstract

3  

Kusum Panda

Abstract

ଯୋଡାଏ ଆଖି

ଯୋଡାଏ ଆଖି

1 min
235



 ଜୀବନ ପାଇଛି,ପୂର୍ଣ୍ଣତା ବଢ଼ିଛି

 ଆଖି ମୋର ସଦା ସାକ୍ଷୀ

 ଏକ ଆଖି ଅଟେ ନୁହେଁ ମୋର ସାକ୍ଷୀ

 ପାଇଛି ଯୋଡାଏ ଆଖି ।

 

 ଏକ ଆଖି ସଦା ଡରୁଥାଏ ଦେଖି

 ସାଥିଟିକୁ ଖୋଜୁଥାଏ

 ଯୋଡାଏ ଆଖିରେ ସୁନ୍ଦର ଦିଶଇ

 ଝକ ଝକ ଦିଶୁଥାଏ ।

 

 ସବୁବେଳେ ଆଖି ଦେଖୁଥାଏ ରଖି

 ପଲକ ପକାଇ ଧିରେ

 ଦୁଇ ଆଖି ସଦା ସାଙ୍ଗ ହୋଇ ଦେଖି

 ସ୍ୱଚ୍ଛ ମନ ସଦା ଧରେ ।

 

 ରଙ୍ଗର ଦୁନିଆଁ ଆଖି ଆଗେ ନାଚେ

 ଆଖି ଦେଖେ କରି ଠାଣି

 ଚାହାଣୀ ଭିତରେ ଆଖି ଯୋଡ଼ିକର

 ହୃଦ ଭରିଦିଏ ଆଣି ।

 

 ସବୁଠି ଆଦର ସବୁଠି ସୁନ୍ଦର

 ଯୋଡ଼ାଏ ଆଖି ମୁଁ ପାଇ

 ଭଲ ଖରାପକୁ ବାଛି ଦେଖିନିଏ

 ହାଲିଆ ହୋଇଲେ ଶୋଇ ।

  


Rate this content
Log in

Similar oriya poem from Abstract