ପାଦ
ପାଦ


ଥିଲା ଯଦି ପାଶେ ମୋର
ରହିଲାନି କ୍ଷଣେ ସିଏ
କେତେ ଭଲ ଲାଗିଥିଲା
ରହିଥିଲା ସାଥେ ଯିଏ ।
ପାଦେ କଷ୍ଟ ସହି ପଥେ
ଯିବା ଚାଲି ରହି ରହି
ପାଦେ ପାଦ ଚିହ୍ନ ଥିଲେ
ଭଲ ଲାଗେ ବୋଲି କହି ।
କାରଣରେ ଯିବା ଚାଲି
କହି ଗୁନ୍ଥି ଥିଲେ ଫୁଲ
ଏବେ ଖାଲି ଶୁନ୍ୟତାରେ
ଖୋଜୁଅଛେ ପଦ୍ମ ଜାଲ ।
ପାଦ ଥାପି ଦେଲି ଧିରେ
&nbs
p; ବାଜିଥିଲା ବଂଶୀ ସ୍ୱର
ସଖା ତୁମେ ଥିଲ ମୋର
ସୁନା ହୋଇ ରହେ ଧିର ।
ଆସ ଫେରି ଆଗେ ଆଗେ
ପାଦେ ଚାଲି ଯିବା ଧାମ
ବୃଥା କିମ୍ପା ମନେ ଭାବ
ଥିଲା ହୃଦ ଭରା ତୁମ ।
ପାଦ ଶୂନ୍ୟ ଥାଇ ସୁଦ୍ଧା
ଗତିରେଖା ଟାଣିଥିଲ
ପାଦେ କଷ୍ଟ ସହ୍ୟ କରି
ଡାକି ଯିବି କହିଥିଲ ।
ଅସମ୍ଭାଳ ହୁଏ ମନ
ରହେ ଆଗ ତୁମ ପାଇଁ
ଆସ ଆସ ବନ୍ଧୁ ଯିବା
ରାଧା ପାଦ ଦେଖି ଯାଇ ।।