ଅଫୁଟା ଫୁଲ
ଅଫୁଟା ଫୁଲ

1 min

258
ହୋଇଥିଲି ଯେବେ କେତେ ସୁନ୍ଦର
ଦେହେ ମନ୍ଦାକିନୀ ବହି ପ୍ରଖର/
ପବନର ସ୍ପର୍ଶ ପାଇ ଆତୁରେ
ପ୍ରେମ ଝରୁଥିଲା ଦେହ ମନରେ/
କେତେ କେତେ ଆଶା ଆଗକୁ ରଖି
ଭାବନା ରାଇଜେ ରହିଲି ଦେଖି/
କିଏ କେତେ ରୂପେ ଡାକିଲେ ମୋତେ
ଥିଲି ସରଧାର ଆଦର ପ୍ରୀତେ/
ସଂସାର ସାଗରେ ବୁଡି ରହିଲି
ଅଫୁଟା ଫୁଲ ମୁଁ ସାଜି ବସିଲି /
ଭାବି ନଥିଲି ମୁଁ କେବେ ବି ମନେ
ନ ଫୁଟି ରଙ୍ଗରେ ରହିବି ଆନେ/
ଅଧା ଗଢା ମୋର ଜୀବନ ଚକ୍ର
ଗଛରେ ଅଫୁଟା ରହିଲି ବକ୍ର/
ଫୁଟିଲିନି ଫୁଲ କଢ଼ରେ ରହି
ଜୀବନେ ଦୁଃଖକୁ ଡାକିଲି ନାହିଁ/
ଫୁଟିଲା ଫୁଲକୁ ନିତି ଦେଖଇ
କେତେ କଷ୍ଟେ ସିଏ ଚାହିଁ ରହଇ/
କେବେ ରୁହେ ନାହିଁ ଖୁସି ତାହାର
କେହି ତୋଳି ନେଇ ଯାଏ ବାହାର/
ମୋ ଦୁଃଖରେ ମୁଁହି ସଢ଼ିକି ଥିଲି
ତାକୁ ଦେଖି ଦୁଃଖ କମେଇ ଦେଲି/
ଅଫୁଟା ହୋଇଲି ଜୀବନେ ମୁଁହି
ଫୁଟିଲା ଫୁଲକୁ ଦେଖଇ ଜିଇଁ/