ମରୁଭୂମି
ମରୁଭୂମି


ତୁମେ ଥିଲ ଶକ୍ତି କେତେ କଣ ଭକ୍ତି
ଚାରିପାର୍ଶ୍ଵ ବୃକ୍ଷ ସାଜିଲ ଯେ ଅତି/
ଫୁଟିଥିଲି ଫୁଲ ତୁମ ଶରଧାରେ
ତୁମ ପାଇଁ ମୁଁହି ବଞ୍ଚିଲି ଆଶାରେ
ତୁମ ପରି କିଏ ନଥିଲା ସେଠାରେ
ଡକାଇଲ କହି ଦେଖାଇ ବନରେ/
ତୁମେ ହେଲ ମାଟି ଆର୍ଦ୍ର ପରିବେଶେ
ଫୁଲ ଗଛ କେତେ ଯତ୍ନର ପ୍ରକାଶେ/
କେତେ ବେଳେ ହୁଅ ଆଦର୍ଶ ଶିଖର
ପୁଣି କାହିଁ ହେଲ ବୁଦ୍ଧିର ପ୍ରଖର/
ବୁଦ୍ଧି ସମ୍ବନ୍ଧୀୟ ବିଷୟ ଗୁଡ଼ିକୁ
ଉପଲବ୍ଧ କରି ଟାଣିଲ ମରୁକୁ/
ମରୁଭୂମି ହେଲା ମରଣର ବେଳ
ଫୁଲ ଫୁଟିଲିନି ଡାକି କଲ କାଳ/
ଧିରେ ଶୁଖିଗଲା ପତ୍ର ଡାଳ ମୋର
ତୁମ ହସ ଖୁସି ଆନନ୍ଦର ବେଳ/
ମରୁଭୂମି ସାଜି ଅତ୍ୟାଚାର କଲ
କି ଦୋଷ କରିଲି କହିଲନି ଭଲ/
ଭଲ ଲାଗେ ବୋଲି ଫୁଲ ସାଜିଥିଲି
ଏବେ ମୁହିଁ କଣ୍ଟା ହେବି ଭାବି ନେଲି/
ମରୁଭୂମି ଦେହେ କଣ୍ଟକ ସଦୃଶ
ମରୁଭୂମି କଣ୍ଟା ହୋଇବି ଅବଶ୍ୟ/
ମରୁଭୂମି ଜାଲେ ପଡ଼ିବ ନିଃଶ୍ୱାସ
ମତି ହଜିଯିବ ମାଡ଼ିବ ବୟସ/
ମରୁଭୂମି ଫୁଲ ଖୋଜିବ ନିଃଶ୍ୱାସେ
ମରୁଭୂମି ଯାତ୍ରା କରିବ ପ୍ରକାଶେ/
ମରୁଭୂମି ହେଲା ମରଣର ପଥ
ତୁମ ବେଳ କାଳ ପୂରିବ ଯେ ଏଥ/
ଯିଏ ଯାହା କରେ ତା ପାଇଁ ବିଧାତା
ଦାଉ ସୁଝାଇବ ରହିକି ଅନ୍ୟଥା/