STORYMIRROR

Kusum Panda

Inspirational

3  

Kusum Panda

Inspirational

ଡଙ୍ଗା

ଡଙ୍ଗା

1 min
233

ଭାସିଯା ମୋ'ର କାଗଜ ଡଙ୍ଗା

ସମ୍ଭାଳି ନପାରି କରିଲି ଜଗା।


କେତେ ଦିନ ପରେ ମନ ବଳିଲା 

ଧର୍ମ ମାସ ବୋଲି ଡଙ୍ଗା ଆସିଲା।


କେତେ ରଙ୍ଗ ଧଳା ନେଳି କାଗଜ

ତିଆରି ଶୈଳୀ ଭାରି ସହଜ।


ସୁଖ ଦୁଃଖ କଷ୍ଟ ସହିତ ଯିବୁ

ନାଉରୀ ସାଜିଲେ ଡଙ୍ଗା ଚାଲିବୁ।


ଆ ଡଙ୍ଗା ମୋର ଜୀବନ ସାଥୀ

ତୋତେ ଭସାଇବି ହୋଇକି ରଥି।


 ଭୂଲିବୁନି ସତେ କେବେ ତୁ ମୋତେ

 ତୋତେ ସିଖାଇଛି ଚାଲିବା ପଥେ।

 

 ଆହୁଲା ମାରିବୁ ପାଣିକୁ ଦେଖି

 ବତାସ ପବନେ ରଖିବୁ ଆଖି।

 

 ଗୀତ ଗାନ କରି ଆଗକୁ ଯିବୁ

 ଖୁସି ଖୁସିରେ ତୁ ଘର ଆସିବୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational