ଭୁଲ ଠିକଣା
ଭୁଲ ଠିକଣା


କହିଥିଲ ତୁମେ ଆସିବାକୁ ହେଲେ
ଦେଇଥିଲ ବେଶି ପ୍ରତିଶ୍ରୁତି ବଳେ ।
ଆଶାର ଆକାଶ ଦେଖାଇଲ ପାଶେ
ମନ ପ୍ରଜାପତି ଉଡ଼ିଲା ଆକାଶେ ।
ଡେଇଁ ଡେଇଁ ଗୀତ ରଚନା କରିଲ
ଖୁସିରେ ପାଗଳ ହୋଇକି ବସିଲ ।
ବହୁ ଅନୁପ୍ରାସ କରିଲ ସ୍ମୃତିରେ
କେତେ ନୂଆ ଆଶା ବାନ୍ଧିଲ ମୋଠାରେ ।
ତୁମେ ମୋର ପ୍ରୀତି ତୁମେ ହେଲ ପୋଥି
ରଙ୍ଗର ଫଗୁଣ ବୋଳିଲ ଯେ ସାଥୀ ।
ତୁମ ବିନା କିଛି କାରଣ ଜୀବନେ
ନାହିଁ ବୋଲି କେତେ କହିଲ ଭୁବନେ ।
ଆସିଥିଲ ସାଥେ ସାଙ୍ଗ ହୋଇଯିବା
ପୁଣି କାହିଁଗଲା ସେ ଦିନର ଡ଼ାବା ।
<
p>
ଡାକି ଦେଇଗଲ ତୁମର ଠିକଣା
ନ ଆସିଲେ ପ୍ରୀତି ଗଲା ସବୁ ଜଣା ।
ଭାବିଲି ଅନ୍ତତଃ ଦେଖା କରେ ଆସି
ଜଣାଯିବ ତା'ର ସରଳ ବିଶ୍ୱାସୀ ।
ଭାବ ରଖି ପାଦ ପକାଇ ବାହାରି
ଗଲି, ଦେଇଥିବା ଠିକଣା ପଚାରି ।
କାହିଁ ସେଇ ସ୍ଥାନ କାହିଁ ସେହି ମନ
ନ ମିଳିଲା ମୋତେ ଫେରିଲି ବହନ ।
ଜାଣିଥିଲି ହେଲେ ପଛରେ ଚାଲିଲି
ଭୁଲ ଠିକଣାକୁ ମନରେ ଧରିଲି ।
ଯାହା ହେଲା ସବୁ ଆଗରୁ ଜାଣିଲି
ପଶ୍ଚାତାପ ବେଶୀ ମନରେ ଆଣିଲି ।
ଏହା ଥିଲା ମୋର ପ୍ରଥମ କାହାଣୀ
ଆଉ ହେଲା ନାହିଁ ପୀରତି ଚାହାଁଣି ।