STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଲୁଣିପାଣିର ମିଠା କାରଣ

ଲୁଣିପାଣିର ମିଠା କାରଣ

1 min
13


ସୁଖରେ କାନ୍ଦୁଛି ଦୁଃଖରେ ହସୁଛି

ନିଜକୁ ନିଜେ ସେ କରିଛି ହରଣ

ସମସ୍ତେ ନିର୍ଦୋଷ ଜୀବନରେ ତା'ର

ତା' ଆଖିରେ ପରା ଅଜସ୍ର ଅମୂଲ୍ୟ ସପନ 

ତା' ହୃଦୟରୁ ଜନମିବ ଅନେକ ଶବ୍ଦ ତୋରଣ

ନୟନ ହୁଏ ସ୍ନାନ ତା' ନିଶିଦିନ ହୋଇ ପବିତ୍ର

ସେ ନୟନର ଲୁଣିପାଣିର ରହିଛି ମଧୁର କାରଣ,


ସେ ସବୁ ମଣିଷଙ୍କୁ ବୁଝେ ସ୍ନେହ ପାଖେ ହଜେ

ହେଲେ ତାକୁ ବୁଝନ୍ତି କେବଳ ଈଶ୍ୱର-ଈଶ୍ୱର

ଅନ୍ୟ ସୁଖରେ ସୁଖୀ ଅନ୍ୟ ଲୁହରେ କାନ୍ଦେ

ତା' ମନେ ଶ୍ରଦ୍ଧା, ଭଲପାଇବା ଓ ପ୍ରେମ ପ୍ରଚୁର

ସେ ସ୍ୱାର୍ଥୀ ନୁହେଁ, ଏକଥା କେବଳ ଜାଣନ୍ତି ଠାକୁର 

ସେ ଜିତାଇବାରେ ବିଶ୍ୱାସ ରଖେ ନିଜେ ହାରି

ତା' ଭାବନାର ସାକ୍ଷୀ କେବଳ ପ୍ରଭୁ ଭଗବାନ 

ସେ କାନ୍ଦିଲେ ବି ତା' ଲୁଣିପାଣିର ଅଛି ମିଠାକାରଣ l 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract