STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ଜଗନ୍ନାଥ ତୁମେ ସଭିଙ୍କର

ଜଗନ୍ନାଥ ତୁମେ ସଭିଙ୍କର

1 min
24


ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମେ ଶକ୍ତି ଶାକ୍ତେୟ ଓଁ ନମଃ

ତୁମ ଚରଣ କମଳ ପୂର୍ଣ୍ଣବ୍ରହ୍ମ

ଅଦୃଶ୍ୟ ହାତରେ ଶୁନ୍ୟବ୍ରହ୍ମ

ଆଜି ବି ଶୁଭୁଛି ହୃଦେ ଶଙ୍ଖନାଦ

ଅନାଦି ଅନନ୍ତ ଦାରୁବ୍ରହ୍ମ

ତୁମେ ଥାଉ ଥାଉ ପୁରୀ ଧାମ

କୁଆଡେ ଯିବ ଭକ୍ତ ନାମ ଧାମ

ସକଳ ଆଶାର ବୈତରଣୀ ତୁମେ

ସକାଳ ପୂଜାର ଗଙ୍ଗା ଯମୁନା ସଙ୍ଗମେ

ମୂର୍ଚ୍ଛନାରେ ତୁମେ ଅର୍ଚ୍ଚନାରେ ତୁମେ

ତୁମେ ଗତି ମୁକ୍ତି ଦାତା ମୋ ଛାର ଜନମେ

ତୁମେ ଭରି ତ ଦେଇଛ ବିଶ୍ୱାସ

ତୁମେ ଖଞ୍ଜିଦେଇଛ ନିଶ୍ୱାସ

ଅଗତିର ଗତି କ୍ଷମାର ସାଗର

ସମୁଦ୍ର ଓ ଦିଗବଳୟ ମଝିରେ ଠାକୁର

ପତିତ ଜନଙ୍କୁ ବାରେ ଉଦ୍ଧାର କର

ମାଗୁଅଛି କ୍ଷମା ପାଇ ତଵ ସୁଷମା

ବାହୁଡ଼ି ଯିବା ଆଗୁ ସ୍ୱର୍ଗଦ୍ୱାର

କହିଦେଇ ଯାଏ ସଂସାରେ ଜଗନ୍ନାଥ

ପରଂବ୍ରହ୍ମ କରୁଣା ଅପାର ସେ ସଭିଙ୍କର

ତୁମେ ହିଁ ଦିବ୍ୟାଙ୍ଗ ଆକାର ନିରାକାର

ଭିର୍ନ୍ନକ୍ଷମ ନୁହଁ ବାରତା ତୁମର

ଗଢ଼ିଅଛ ଯେଉଁ ଦିବ୍ୟାଙ୍ଗ ସଚରାଚାର

ନିଶ୍ଚୟ ତୁମରି ଅଙ୍ଗରୁ ବାହାର

କୃତିତ୍ୱ ଗରିମା ଦେଇଛ ଅପାର

ଶକ୍ତି ଭରିଛ ଭିତରେ ତାଙ୍କର

ପ୍ରସ୍ଫୁଟିତ ଫୁଲ ସେମାନେ ତୁମ ହୃଦୟର

ଜଗତ ଜିଣିବେ କରୁଣା ପାଇବେ

ତୁମ ଚକାଆଖି କହେ ବାରବାର

ଅଣାକାର ତୁମେ ପ୍ରଣାମ ସଭିଙ୍କ ଘେନାକର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action