STORYMIRROR

Bijoy Jena

Action Classics

4  

Bijoy Jena

Action Classics

ତୁମରି ଇଚ୍ଛାରେ

ତୁମରି ଇଚ୍ଛାରେ

1 min
15


ତୁମରି ଇଚ୍ଛାରେ ଜଗତ ଚଳଇ

     ତୁମେ ହିଁ ରହସ୍ୟମୟ

ତୁମ ଶକ୍ତି ପାଖେ ସବୁ ହାର ମାନେ

     ଲୀଳାରେ ଖେଳାରେ ଜୟ।

ତୁମେ ହାରିଯାଅ ଭାବର ପାଖରେ

     ଭକ୍ତି ସରଳତା ଆଗେ

ହାରି କିନ୍ତୁ ପ୍ରଭୁ ଜିତୁ ଥାଅ ସଦା

     ତୁମ ମହାନତା ଲାଗେ।

ତୁମେ ଜଗନ୍ନାଥ ନୀଳଗିରି ବାସୀ

     କି ସୁନ୍ଦର ବିମ୍ବାଧର

ଚକା ନୟନ କୁ ଦେଖିବା ମାତ୍ରକେ

     ପାତକ ହୁଅଇ ଦୂର।

ଶ୍ରୀ କ୍ଷେତ୍ରରେ ନାଥ ସବୁ କିଛି ବଡ

      ବିଶାଳ ତୁମରି ଦାନ

ସେଥିପାଇଁ ପରା ମହୋଦଧି କରେ

     ତୁମ ଗୁଣ ନିତ୍ଯ ଗାନ।

ସାରା ବିଶ୍ବ ଏବେ ଦେଖୁଛି ତୁମର

     ଶ୍ରୀ ମନ୍ଦିର ପରିକ୍ରମା

ଶ୍ରଦ୍ଧା ଭକ୍ତି ଭିଜା କମନିୟତା ରେ

     ତୁମ ଇଚ୍ଛା ଯେ ପୂରଣ।

ସେମିତିକା ପ୍ରଭୁ ଥାଅ ପୁରୀ ଧାମେ

     ପତିତ ଉଦ୍ଧାର ପାଇଁ

ପାପ ରାଶି ହେଉ କ୍ଷୟ ବରାବର

     ଜଗନ୍ନାଥ ତୁମେ ସାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action