ବାଲି ଘାଇ
ବାଲି ଘାଇ
ଜନମ ମରଣ ବରଣ ଜୀବନ
ନିନ୍ଦା ଅପବାଦ ଖେଦ
ଜଞ୍ଜାଳ, ବହୁଳ ଧାଇଁ ଦୁଇକୂଳ
ବିଚାର ନକରେ ବେଦ।
ଘନ ବନରାଜି ସୁଷମା ବିରାଜୀ
ସୁଶିତଳ ଛାୟା ମାୟା
ମଣ୍ଡପ ମନ୍ଦିର ମନୋଜ୍ଞ ମହାତ୍ମା
ପରଶ ସରସ କାୟା।
ପୁଷ୍କରିଣୀ ହଂସ କରନ୍ତି ବିଳାସ
ଆଗନ୍ତୁକ ଦେଖି ପକ୍ଷୀ ,
ନିକଟ ଆସନ୍ତି ପ୍ରଣନ୍ତି ବାଢ଼ନ୍ତି
ଅବ୍ୟକ୍ତ ଅନନ୍ଦ ଦେଖି।
ଲିଚୁ, ପିଜୁଳିକି ଅଁଳା ସପେଟା
ନାନା ଜାତି ଫଳ ମୂଳ,
ବୃକ୍ଷ ସାରା ଭରା ଚିର ବସନ୍ତ
ଲକ୍ଷ୍ମୀଙ୍କ ଆସ୍ଥାନ ସ୍ଥଳ।
ନୀଳ ଜଳ ମଧ୍ୟେ ତରନ୍ତି ଭାକୁର
ଶ୍ରଦ୍ଧା ତାଙ୍କୁ ଟିକେ ଦେଇ
ନିର୍ମଳ ହୃଦୟେ ପତ୍ର, ଫୁଲ, ଘାସ
ଦେଲେ ଦିଅନ୍ତିସେ ଖାଇ।
ମହାଦେବ ପୀଠ ମର୍ତ୍ତ୍ୟ ବୈକୁଣ୍ଠ
ହନୁମାନ ଦିବ୍ୟ ମୃତ୍ତୀ,
ସକଳ ଅରିଷ୍ଟ ଖଣ୍ଡନ କରନ୍ତି
ଜଣିଛେ ଚାଳିଶା କୀର୍ତ୍ତି।
ଆଗକୁ ଭୋଜନ ଗୃହନିକଟରେ
ରୋଷ ଗୃହ ପରସାଦ,
ଯୋଗୀ, ରଙ୍କୀ, ଭୋଗୀ ଏକତ୍ର ପନ୍ତିରେ
ଭୋଜନକୁ ପରାପତ।
ସନ୍ନିକଟ ଯୋଗ ପ୍ରକୋଷ୍ଟ ଉର୍ଦ୍ଧରେ
ବିରାଟ ପ୍ରାକୋଷ୍ଟ ଛାୟା
ନିଗ୍ରହ ପଥର ପଥିକ ଯାତରା
ପଖାଳନ୍ତି ମାୟା କାୟା।
ଗୀତା ଭବନରେ ନିତ୍ୟ ଗୀତା ପାଠ
ଆଶ୍ରମ କୁଟୀର ଘର
ଗୋମୟ ଲିପ୍ୟ ସଦା ପୂତ ପବିତ୍ର
ପଠନ ପାଠନ ବର ।
ସନ୍ନ୍ୟାସୀ ବନ୍ଧୁ ନିବାସ କକ୍ଷରେ
ଚାରୁ ପୁଷ୍ପ ଲତା ଘନ,
ପରମ ଚରମ ସାଧନାରେ ନିତ୍ୟ
ବୁଝେନି ସଂସାରୀ ଜନ ।
କିଛି ଦୂରେ ଭବ୍ୟ ଗ୍ରୁରୁ ଶ୍ରୀମନ୍ଦିର
ଦିବ୍ୟ ଆଲୋକର ସ୍ଥଳୀ,
ଚତୃପାର୍ଶ୍ଵ ପୁଷ୍ପ ଲତା ସ୍ଵୟଂ ସିଦ୍ଧା
ଇନ୍ଦ୍ର ଦରବାର ଭଳି।
ଆଗକୁ ଯିବାକୁ ଗଲେ କିଛି ଦୂରେ
ଗୋମାତାଙ୍କୁ ଭେଟିବାକୁ,
ପଥ ପ୍ରାନ୍ତେ ସନ୍ନ୍ୟାସୀଙ୍କର ସମାଧୀ
ଦର୍ଶନ ଲଭିବା ତାଙ୍କୁ।
ଗୋରୁମାତ ଦେଖି ଆସନ୍ତି ନିକଟ
ଛୁଇଁ ପାପ ଯାଏ ଧୋଇ,
ତିନିଶହ ଦେଶୀ ମାତାଙ୍କ ସମ୍ଭାର
ଏକତ୍ର ନିବାସ ହୋଇ।
ଦେଶୀ ଚେର ମୂଳି ଗବେଷଣା କେନ୍ଦ୍ର
ଉପଲବ୍ଧ ଜଡିବୁଟୀ,
ଫିନାଇଲ ମାନ, ପ୍ରସ୍ତୁତ ଔଷଧ
କବିରାଜ ବଂଧୁ କୁଟି।
ଆଗକୁ ସାଗର କୂଳକୁ ନିକଟ
ପଶୁପତି ଷଣ୍ଢ ରାଜା
ହଜାର ସଂଖ୍ୟାରେ ବିଚରଣ ବେଳା
କୋଳାହଳ ଶଙ୍ଖ ବାଜା ।
ଗୋବର ଖତରେ ପନିପରିବାବି
ଶୁସ୍ଵାଦକର ବ୍ୟଞ୍ଜନ,
ଆଶ୍ରମ ଜୀବନ ପରିଶ୍ରମ ଧନ
ସରସ ଚଞ୍ଚଳ ମନ ।
ପ୍ରାନ୍ଥ ନିବାସର ସୁପରିଚାଳନା
ଅତିଥି ଈଶ୍ୱର ତୁଲ୍ୟ,
ମହତ କରମ ପରମ ଧରମ
ଈଶ୍ୱର ପ୍ରାପତ ମୂଲ୍ୟ।
ଶ୍ରଦ୍ଧା ପ୍ରେମ ସେବା କ୍ରିୟା ଯୋଗାଶ୍ରମ
ବାଲିଘାଇ ଭୂଲି ନାହିଁ,
ସନ୍ୟାସୀ, ଗୁରୁଜୀ ମାନଙ୍କୁ ପ୍ରଣାମ
ଆତିଥ୍ୟ ସେଠାରେ ପାଇ।।