STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଆମ ଦେଶ

ଆମ ଦେଶ

1 min
9


ଅନେକ ଧରମ

ଭିତରେ କରମ

ସବୁରି ମଙ୍ଗଳ କରୁ

ଏକତା ମନ୍ତର

ଅନ୍ତର ପାନ୍ତର

ବାଟକୁ କେବେ ନଧରୁ ।

ଆମର ଦେଶର 

ସାଗର କେଶର

ହିମାଳୟ ମଥା ମଣି

ଗଙ୍ଗାମା ଯମୁନା

ଅନେକ ନମୁନା

ସନ୍ଥ ହେବନାହିଁ ଗଣି।

ପାହାଡ ପର୍ବତ

ବିଦିତ ସର୍ବତ୍ର

ବନ୍ ଗିରି ପଶୁ ପକ୍ଷୀ

ମସଜିତ୍ ମନ୍ଦିର 

ରହିମ ଈଶ୍ୱର

ଏକତା ବାରତା ରଖି।

ମୋଗଲ ଇଗେଜ୍

ଶାସନ ସନ୍ଦେଶ

ସ୍ବାଧିନ ଭାରତ ଆମେ,

ନୂତନ ସକାଳ

ହରଷ ସକଳ

ବନ୍ଦେ ଜନନୀ ନାମେ।


Rate this content
Log in

Similar oriya poem from Action