STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଆମ ଦେଶ

ଆମ ଦେଶ

1 min
14


ଅନେକ ଧରମ

ଭିତରେ କରମ

ସବୁରି ମଙ୍ଗଳ କରୁ

ଏକତା ମନ୍ତର

ଅନ୍ତର ପାନ୍ତର

ବାଟକୁ କେବେ ନଧରୁ ।

ଆମର ଦେଶର 

ସାଗର କେଶର

ହିମାଳୟ ମଥା ମଣି

ଗଙ୍ଗାମା ଯମୁନା

ଅନେକ ନମୁନା

ସନ୍ଥ ହେବନାହିଁ ଗଣି।

ପାହାଡ ପର୍ବତ

ବିଦିତ ସର୍ବତ୍ର

ବନ୍ ଗିରି ପଶୁ ପକ୍ଷୀ

ମସଜିତ୍ ମନ୍ଦିର 

ରହିମ ଈଶ୍ୱର

ଏକତା ବାରତା ରଖି।

ମୋଗଲ ଇଗେଜ୍

ଶାସନ ସନ୍ଦେଶ

ସ୍ବାଧିନ ଭାରତ ଆମେ,

ନୂତନ ସକାଳ

ହରଷ ସକଳ

ବନ୍ଦେ ଜନନୀ ନାମେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action