STORYMIRROR

Akshaya Dash

Action Classics Inspirational

3  

Akshaya Dash

Action Classics Inspirational

ଭକ୍ତ ଓ ଭଗବାନ

ଭକ୍ତ ଓ ଭଗବାନ

1 min
30


ଶୁଣ ଶୁଦ୍ଧି ଜନ ପବିତ୍ର ମିଳନ

ଭକ୍ତ ପଛେ ଭଗବାନ,

ଦିଅନ୍ତି ଦର୍ଶନ ତୋଷି ଜନ ମନ

ଏଠାରେ ମିଳେ ପ୍ରମାଣ।

ମାତା ସବରୀକୁ ଭେଟି ରଘୁନାଥ

ରୁଷ୍ୟସୃଙ୍ଗ ପଥ ଚାରି

ବତାଇଲା ଦେଖ ଆଗକୁ ଅନେକ

ବାଟ ପରେହେ ମୁରାରି।

ସୁଗ୍ରୀବ ରାଜନ ମନ୍ତି ହନୁମାନ

ନିର୍ଜନ ଜଙ୍ଗଲେ ବାସ,

ମହା ବଳଶାଳୀ ହନୁମାନ ପାଳି 

ଅଷ୍ଟ ସିଦ୍ଧି ପ୍ରାପ୍ତ ଦାସ।

ଆଗକୁ ବଢନ୍ତେ ପଥରେ ଭେଟନ୍ତି

ବ୍ରାହ୍ମଣ ରୂପରେ ହନୁ

ସୁଗ୍ରୀବ ରାଜନ ଙ୍କର ବାସ ସ୍ଥାନ

ବତାଇ ପାରିବ ମନୁ।

କିଏ ତୁମେ ବୀର କିମ୍ପାଇଁ ପଚାର

ପରିଚୟ ଆଗେ ଦେଇ,

ସହଜେ ବାନର ଡର ଦେଖି ନର 

 ରାଜାଙ୍କ ନିକଟ ନେଇ।

ଲକ୍ଷ୍ମଣ ମୁଁ ଅଟେ ରାମଚନ୍ଦ୍ର ପଟେ

ବନ୍ଧୁଙ୍କୁ ସାକ୍ଷାତ ପାଇଁ,

ତୁମେ କିଏ ସତେ ପରିଚୟ ମତେ

ରୁଷ୍ୟ ଶୃଙ୍ଗ ଆସୁ ଧାଇଁ।

ହନୁମାନ ଜାଣି ପ୍ରଭୁ ଚକ୍ରପାଣି

ପଡ଼ିଲା କଚାଡି ପଦେ,

ଅଧମ ମୂରୁଖ ହେବେନି ବିମୁଖ

କ୍ଷମା କରିଦେବେ ମତେ।

ଶୁଣି ରଘୁବିର କିଏ ତୁମେ ଧିର

ବିଜ୍ଞ ବିନୟ ସ୍ଵଭାବ,

ହାତ ଯୋଡ଼ି ହନୁ ପୋଛି ନୟନୁ

ଦୁଇଧାର ଲୁହ ଶ୍ରାବ।

ଶ୍ରୀରାମ ଦର୍ଶନ ଦେଖିଲା ନୟନ

ମୁଁ ଛାର ହନୁମାନ,

ଭକ୍ତ ଭଗବାନ ଅପୂର୍ବ ମିଳନ

ଏତ ପ୍ରଭୁଙ୍କର ଦାନ।

ଏହି କାନ୍ଧେ ବସ ପ୍ରଭୁ ମୋର ଆସ

ସୁଗ୍ରୀବଙ୍କ ନିକଟକୁ,

ନେଇଯିବି ଘନ ଅରଣ୍ୟ ଭିତରେ

ଟାଳି ଦେଇ ସଙ୍କଟକୁ।

ଦୁଇ ଭାଇ ବସି ଗଲେ କାନ୍ଧ ପରେ

ହନୁ ମାନ ଗଲେ ଧାଇଁ,

ଈଶ୍ୱର ଯେଉଁଟି ନିବାସ ସେଇଟି

ଡର ଭୟ ହାନି ନାହିଁ।

ଜୟ ଶ୍ରୀ ରାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action