STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

କଳା ସାଆନ୍ତ

କଳା ସାଆନ୍ତ

1 min
13

       


କଳା ସାଆନ୍ତ....ପ୍ରଭୁ ସେ ବଳବନ୍ତ

      ଷୋଳ କଳାରେ ନିପୁଣ ଚିର ଶାନ୍ତ,

ଭକତ ବତ୍ସଳ ଶ୍ରୀବତ୍ସ ଲାଞ୍ଛିଚ 

    ତାଙ୍କ ପରି ସାଆନ୍ତ ନାହିଁ ନାହିଁ ତ...।୦।


ନାହିଁ ତାଙ୍କର କିଛି ଆଦି କି ଅନ୍ତ

      ସେ ହିଁ ଏକା ଅନାଦି ସେ ହିଁ ଅନନ୍ତ,

ଅନ୍ଧାରେ ଆଲୋକ ହୁଅନ୍ତି ସତତ 

      ତାଙ୍କ ପରି ସାଆନ୍ତ ନାହିଁ ନାହିଁ ତ...।


ଯେତେକ କଳା ତାଙ୍କରି ନିର୍ଦ୍ଦେଶିତ 

      ଚାଲେ ସଂସାର ପାଇ ତାଙ୍କ ଇଙ୍ଗିତ, 

ସବୁ କଳା ତାଙ୍କ ' ଠୁ ହୋଇଛି ଜାତ

      ତାଙ୍କ ପରି ସାଆନ୍ତ ନାହିଁ ନାହିଁ ତ...।


ସେ ଭାବଗ୍ରାହୀ ଭାବେ ହୁଅନ୍ତି ପ୍ରୀତ 

      କରୁଣା ତାଙ୍କର ସବୁ ଯେ ଅମୃତ,

ଅଣୁ ଅଣୁ ରେଣୁ ରେଣୁରେ ସେ ବ୍ୟାସ୍ତ

      ତାଙ୍କ ପରି ସାଆନ୍ତ ନାହିଁ ନାହିଁ ତ...।


ସେ ଜଗନ୍ନାଥ ଜଗତେ ସେ ଜାଗ୍ରତ

        ସେ କୃପାସିନ୍ଧୁ ଜଗଦୀଶ ଅଚ୍ୟୁତ,

କୃପାରେ ତାଙ୍କର ତରନ୍ତି ପତତ

      ତାଙ୍କ ପରି ସାଆନ୍ତ ନାହିଁ ନାହିଁ ତ...।


ସେ ମହାପ୍ରଭୁ ପରଂବ୍ରହ୍ମ ଶାଶ୍ଵତ  

       ବିଶ୍ଵ ବ୍ରହ୍ମାଣ୍ଡରେ ସର୍ବଦା ପୂଜିତ , 

ସବୁ ଶ୍ରୀ'ର ଶ୍ରୀଧର ସେ ଲକ୍ଷ୍ମୀକାନ୍ତ

      ତାଙ୍କ ପରି ସାଆନ୍ତ ନାହିଁ ନାହିଁ ତ...।


ସକଳ ଜୀବର ଶୁଣନ୍ତି ଆରତ

       ତାଙ୍କ ଆଶିଷେ ଦୁଃଖ ହୁଏ ଦୂରିତ,

ପାଦେ ତାଙ୍କର ମଥା ରହୁ ନତ

     ତାଙ୍କ ପରି ସାଆନ୍ତ ନାହିଁ ନାହିଁ ତ...।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract