STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ସାଧନା ପଥେ

ସାଧନା ପଥେ

1 min
39

ସାଧନା ପଥେ

କୋଉଠି ରାତି କୋଉଠି ଦିନ

କୋଉଠି ପାପ କୋଉଠି ପୁଣ୍ୟ

କୋଉଠି ଶହେ କୋଉଠି ଶୂନ୍ୟ

ନିରାକାର ତୁମେ ପରଂବ୍ରହ୍ମ

ଶୂନ୍ୟଦେହୀ ତୁମ ସୌନ୍ଦର୍ଯ୍ୟ ଭିନ୍ନ

ସାଧନା ପଥରେ

କେତେ ଗତି କେତେ ମୁକ୍ତି

କେତେ ଶାନ୍ତି କେତେ ସଂହତି

କେତେ ପ୍ରାପ୍ତି କେତେ ପ୍ରଶସ୍ତି

ତୁମେ ଭରିଦିଅ ଜୀବନ ଶୁନ୍ୟପାତ୍ର

ତୁମେ ଆଣିଦିଅ ବିଭାବରୀ ସଚିତ୍ର

ତୁମକୁ ବର୍ଣ୍ଣିବା ଅସମ୍ଭବ ମାତ୍ର

ସାଧନା ପଥରେ

ଲୋଡ଼ା ନାହିଁ ଜାତି ଅବା ପତି

ଲୋଡ଼ା ନାହିଁ କାହିଁ ଗତି ଅବା ମୁକ୍ତି

ଲୋଡ଼ା ଖାଲି ହୃଦୟେ ଭକ୍ତି

ଲୁହ ଟୋପେ ଦେଖି ଭବ ଓ ଭାବ ସମ୍ପୃକ୍ତି

ହେ ଅଣାକାର କୁହୁକ ପେଡିର

ଖୋଲିଯାଉ ଦ୍ୱାର ସେ ପଞ୍ଚମ ଦୁଆର

ଭାବ ଓ ଭକ୍ତି ସମାହାର

ସିଦ୍ଧି ଓ ସାଧନା ପୂର୍ଣ୍ଣତା ପ୍ରାପ୍ତିର

ଗତି ଓ ମୁକ୍ତିର ଶୁଦ୍ଧ ମନ୍ତର

ଜଳ ସ୍ଥଳ ବାୟୁ ସଚରାଚର

ଆନନ୍ଦ ଅତୀବ ସ୍ବର୍ଗୀୟ ସମ୍ଭାର

ସାଧନାରେ ସିଦ୍ଧି ପ୍ରାପ୍ତିରେ ବିଭୋର

ମଣିଷ ପଣିଆ ଧର୍ମ ବିସ୍ତାର

ସଂସାର ସାଗର ହେବାକୁ ପାର

ସାଧନା ସିଦ୍ଧିରେ ନିମନ୍ତ୍ରଣ ବେଭାର

ଫୁଲ ଫଳ ନଈ ନାଳ ପ୍ରକୃତି ଭିତର

ଜ୍ଞାନ ଗରିମାର କୁହୁକ ମନ୍ତର

ହେ ଜଗନ୍ନାଥ ପାରିକର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract