ସାଧନା ପଥେ
ସାଧନା ପଥେ
ସାଧନା ପଥେ
କୋଉଠି ରାତି କୋଉଠି ଦିନ
କୋଉଠି ପାପ କୋଉଠି ପୁଣ୍ୟ
କୋଉଠି ଶହେ କୋଉଠି ଶୂନ୍ୟ
ନିରାକାର ତୁମେ ପରଂବ୍ରହ୍ମ
ଶୂନ୍ୟଦେହୀ ତୁମ ସୌନ୍ଦର୍ଯ୍ୟ ଭିନ୍ନ
ସାଧନା ପଥରେ
କେତେ ଗତି କେତେ ମୁକ୍ତି
କେତେ ଶାନ୍ତି କେତେ ସଂହତି
କେତେ ପ୍ରାପ୍ତି କେତେ ପ୍ରଶସ୍ତି
ତୁମେ ଭରିଦିଅ ଜୀବନ ଶୁନ୍ୟପାତ୍ର
ତୁମେ ଆଣିଦିଅ ବିଭାବରୀ ସଚିତ୍ର
ତୁମକୁ ବର୍ଣ୍ଣିବା ଅସମ୍ଭବ ମାତ୍ର
ସାଧନା ପଥରେ
ଲୋଡ଼ା ନାହିଁ ଜାତି ଅବା ପତି
ଲୋଡ଼ା ନାହିଁ କାହିଁ ଗତି ଅବା ମୁକ୍ତି
ଲୋଡ଼ା ଖାଲି ହୃଦୟେ ଭକ୍ତି
ଲୁହ ଟୋପେ ଦେଖି ଭବ ଓ ଭାବ ସମ୍ପୃକ୍ତି
ହେ ଅଣାକାର କୁହୁକ ପେଡିର
ଖୋଲିଯାଉ ଦ୍ୱାର ସେ ପଞ୍ଚମ ଦୁଆର
ଭାବ ଓ ଭକ୍ତି ସମାହାର
ସିଦ୍ଧି ଓ ସାଧନା ପୂର୍ଣ୍ଣତା ପ୍ରାପ୍ତିର
ଗତି ଓ ମୁକ୍ତିର ଶୁଦ୍ଧ ମନ୍ତର
ଜଳ ସ୍ଥଳ ବାୟୁ ସଚରାଚର
ଆନନ୍ଦ ଅତୀବ ସ୍ବର୍ଗୀୟ ସମ୍ଭାର
ସାଧନାରେ ସିଦ୍ଧି ପ୍ରାପ୍ତିରେ ବିଭୋର
ମଣିଷ ପଣିଆ ଧର୍ମ ବିସ୍ତାର
ସଂସାର ସାଗର ହେବାକୁ ପାର
ସାଧନା ସିଦ୍ଧିରେ ନିମନ୍ତ୍ରଣ ବେଭାର
ଫୁଲ ଫଳ ନଈ ନାଳ ପ୍ରକୃତି ଭିତର
ଜ୍ଞାନ ଗରିମାର କୁହୁକ ମନ୍ତର
ହେ ଜଗନ୍ନାଥ ପାରିକର ।
