STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଶୀତ ରାଣୀ

ଶୀତ ରାଣୀ

1 min
12


ଶୀତ ରାଣୀ ଲୋ

ତୁ ଛୁଇଁଲେ ଗୀତରେ ମିତ 

ତତେ ଝୁଣ୍ଟିଲେ ପ୍ରେମ ଅତୀତ

ତତେ ପଢିଲେ ଧୂନି

ତତେ ଦେଖିଲେ ଘୋଡେଇ କାନି

ତୋ ଭିତରେ କାମନା ଅନେଶତ

ମତେ ଲାଗେ ତୁ କେବେ ବସନ୍ତ

ପୁଣି ଅଠାକାଠି ହେମନ୍ତ

ତୁ ରାତିର ସ୍ବପ୍ନ

ତୁ ଦିନରେ ମଗ୍ନ

ତୁ ସପନ ବୁଣି ରଖୁଛୁ ଛାଣି

ଆକାଶରୁ ତାରାଫୁଲ

ଧାରଣୀରୁ ଆଶାଫୁଲ

ସମୁଦ୍ରରୁ ଢେଉମୂଲ

ବଉଦରୁ ଜହ୍ନଗେଲ

ସତରେ ଶୀତ ତତେ ବାଣ୍ଟି ଦେଲେ

ଆକାଶରେ ଉଲକା

ଖସାଏ ପ୍ରେମ ପ୍ରୀତି ଫୁଲ

ତୁ ଲାଗୁ ଖଟା ମିଠା ପୁଣି ଅଠା

ସତରେ ଶୀତ ତୁ ଭାରି ଭଲ

ମତେ ଭିଜାଉ ମେଘର ବର୍ଷାରେ

ମତେ ଜଡ଼ାଉ ମଳୟ ସ୍ମୃତିରେ

ମତେ ଥରାଉ ଫଗୁଣ ଗୁମାନିରେ

ଶୀତ ତୁ ରହିଯା ମୋ ଛାତି ଭିତରେ

ମୁଁ ବଞ୍ଚିଯିବି ତୋ ସ୍ପର୍ଶରେ

ଆଉ ଦି ଘଡି ଏ ଅପରାହ୍ନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract