STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଶୀତ ରାଣୀ

ଶୀତ ରାଣୀ

1 min
5


ଶୀତ ରାଣୀ ଲୋ

ତୁ ଛୁଇଁଲେ ଗୀତରେ ମିତ 

ତତେ ଝୁଣ୍ଟିଲେ ପ୍ରେମ ଅତୀତ

ତତେ ପଢିଲେ ଧୂନି

ତତେ ଦେଖିଲେ ଘୋଡେଇ କାନି

ତୋ ଭିତରେ କାମନା ଅନେଶତ

ମତେ ଲାଗେ ତୁ କେବେ ବସନ୍ତ

ପୁଣି ଅଠାକାଠି ହେମନ୍ତ

ତୁ ରାତିର ସ୍ବପ୍ନ

ତୁ ଦିନରେ ମଗ୍ନ

ତୁ ସପନ ବୁଣି ରଖୁଛୁ ଛାଣି

ଆକାଶରୁ ତାରାଫୁଲ

ଧାରଣୀରୁ ଆଶାଫୁଲ

ସମୁଦ୍ରରୁ ଢେଉମୂଲ

ବଉଦରୁ ଜହ୍ନଗେଲ

ସତରେ ଶୀତ ତତେ ବାଣ୍ଟି ଦେଲେ

ଆକାଶରେ ଉଲକା

ଖସାଏ ପ୍ରେମ ପ୍ରୀତି ଫୁଲ

ତୁ ଲାଗୁ ଖଟା ମିଠା ପୁଣି ଅଠା

ସତରେ ଶୀତ ତୁ ଭାରି ଭଲ

ମତେ ଭିଜାଉ ମେଘର ବର୍ଷାରେ

ମତେ ଜଡ଼ାଉ ମଳୟ ସ୍ମୃତିରେ

ମତେ ଥରାଉ ଫଗୁଣ ଗୁମାନିରେ

ଶୀତ ତୁ ରହିଯା ମୋ ଛାତି ଭିତରେ

ମୁଁ ବଞ୍ଚିଯିବି ତୋ ସ୍ପର୍ଶରେ

ଆଉ ଦି ଘଡି ଏ ଅପରାହ୍ନରେ ।


Rate this content
Log in

Similar oriya poem from Abstract