STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ତୋ ବଡ ଦେଉଳ

ତୋ ବଡ ଦେଉଳ

1 min
205


ତୋ ବଡ ଦେଉଳ ବାଇଶି ପାହଚ

   କଳ୍ପବଟ ମୂଳ ଛାଇ

ମୁକତି ମଣ୍ଡପ ଅମୁହାଁ ମନ୍ଦିର

  କେତେ କଥା ଦିଏ କହି।


ବିମଳା ଙ୍କ ପାଖେ ଦଣ୍ଡେ ଅଟକିଲେ

   ପୁଣ୍ୟ ଫଳ ମିଳିଥାଇ 

ଲକ୍ଷ୍ମୀ ସାଆନ୍ତାଣୀ ଆଳତି ସମୟେ

  ଦେହେ ରୋମାଞ୍ଚ ଭରଇ ।


ପାର୍ଶ୍ୱ ଦେବା ଦେବୀ ଦରଶନ ପରେ

   ରତ୍ନ ସିଂହାସନେ ଦେଖି

ଭକତି ରେ ମନ ପ୍ରଫୁଳିତ ହୁଏ

   କି ସୁନ୍ଦର ଚକା ଆଖି।


 କି ଲୀଳା ତୋହର ଜଗତ ଠାକୁର

   ମହୋଦଧି ବନ୍ଦେ ନିତି

ସୂର୍ଯ୍ୟ ଚନ୍ଦ୍ର ତାରା ଚାମର କରନ୍ତି

  ଅନୁପମ ତୋର କାନ୍ତି।


ଏଇଭିକ୍ଷା ମାଗେ ତୋସିଂହ ଦୁଆରେ

    ନ ହେଉ ପୁନର ଜନ୍ମ

ମୋର ଆତ୍ମା ମିଶୁ ପରମାତ୍ମା ସାଥେ

   ଛିନ୍ନ କର ଏ ବନ୍ଧନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action