Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ch Loknath Reddy

Action Classics Inspirational

3  

Ch Loknath Reddy

Action Classics Inspirational

ପ୍ରେମ ପୀରତି

ପ୍ରେମ ପୀରତି

1 min
178



ଭଲ ପାଇବାଟା

ଭୁଲ ନୁହେଁ ବନ୍ଧୁ

ଆସକ୍ତି ରଖିବା ଭୁଲ

ଅନାସକ୍ତ ଭାବେ

ଯିଏ ଭଲପାଏ

ପାଇଯାଏ ପ୍ରେମ ଫୁଲ ।


ସ୍ନେହ କରିବାଟା

ଭୁଲ ନୁହେଁ ଭାଇ

ସ୍ୱାର୍ଥ ରଖିବାଟା ଭୁଲ

ନିଃସ୍ଵାର୍ଥ ଭାବରେ

ସ୍ନେହ ଯିଏ କରେ

ସ୍ନେହଧାରା ମିଳେ ଭଲ ।


ପ୍ରେମ କରିବାଟା

ପାପ ନୁହେଁ ପ୍ରିୟ ପ୍ରିୟା

ପ୍ରତାରଣା ଦେବା ପାପ

ବିନା ପ୍ରତାରଣେ

ଯିଏ ପ୍ରେମକରେ

ହୋଇଯାଏ ସେ ନିଷ୍ପାପ ।


ହାତ ଧରିବାଟା

ଅପରାଧୀ ନୁହେଁ

ହାତଛଡ଼ା ଅପରାଧ

ସଦା ସର୍ବଦା ଯେ'

ହାତ ଧରିଥାଏ

ଅଟେ ସେହି ପ୍ରେମରାଜ ।


ପ୍ରେମ ବନ୍ଧନରେ

ବାନ୍ଧି ରହିବାଟା

ଭୁଲ ନୁହେଁ ଭୁଲ ନୁହେଁ

ସେ' ପ୍ରେମ ବନ୍ଧନେ

ବିଶ୍ୱାସ ରହିଲେ

ସ୍ୱର୍ଗସୁଖ ମିଳିଯାଏ ।


Rate this content
Log in

Similar oriya poem from Action