STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ଶୀତ

ଶୀତ

1 min
157


ଶୀତ ଆସିଛି ଅଳ୍ପ ଅଳ୍ପ

କାର୍ତ୍ତିକ ମାସରେ ଆରମ୍ଭ ଗଳ୍ପ

ରେଜେଇ ଭିତରେ ହେବାକୁ ଉଷ୍ମ

ମୁଁହ ଲୁଚାଇ ନେଇଛି ଗ୍ରୀଷ୍ମ

ମନରେ କିନ୍ତୁ ଅଥଚ ତଥାପି ପ୍ରଶ୍ନ

କିନ୍ତୁ ଶୀତ ନିଆଁପୁଆଁ ଦେହସୁହା

ଅଥଚ ଖୋଜି ଶୀତ ହସେ ହା ହା

ତଥାପି ଶୀତର ଲାଜୁକି ପଣତ ଆହା

ଝାଳ ବୁହା ବନ୍ଦ ସେପାଇଁ ଆନନ୍ଦ

ସବୁଜ ପରିବା ବାସ୍ନା ମନ୍ଦ ମନ୍ଦ

ଶାଗ କୋବିରେ ସଭିଙ୍କ ପସନ୍ଦ

ଶୀତ ଆଣିଛି ପବନ ଧିର ମନ୍ଦ

ସୁଲଳିତ ବାଆ ଲାଗୁଛି କାଲୁଆ

ଶୀତ ବସ୍ତ୍ର ପରଶେ ମନ ନିରାନନ୍ଦ

ଶୋଇବା ଖାଇବାର ମଜା ଋତୁ ଭିନ୍ନ

ଓଢଣ ଲାଗି ବେଶ ଠାକୁର ସୁବର୍ଣ୍ଣ

ଶୀତଳ ଲାଗିବ କସ୍ତୁରୀ ଚନ୍ଦନ

ବା କୁ ବତା ରେ ମତୁଆଲି ମନ ଚୈତନ୍ୟ

ଶୀତ ଏକ ଭିନ୍ନ ଋତୁ ସତରେ ଅଭିନ୍ନ

ହବିଷ ଭାତ ଡାଲମା ବାସେ ଅନୁପମ

ଦୀପାବଳି ପରେ ମାଆ ରାଧାଙ୍କ ପାଦ ଦର୍ଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract