STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଦିବ୍ୟ ଦୀପାବଳି

ଦିବ୍ୟ ଦୀପାବଳି

1 min
167

ଦୀପାବଳି ଶୁଭ ଦୀପାବଳି

କାଉଁରିଆ କାଠି ଦେଇ ଜାଳି

ପିତୃପୁରୁଷଙ୍କୁ ପଞ୍ଚୁପତ୍ର କରତାଳି

କାମନା ବାସନା ଯାଉ ଜଳି

ଲକ୍ଷ୍ମୀ ଓ ଗଣେଷ ସ୍ଥାପନା ପୁଷ୍ପାଞ୍ଜଳି

କରତାଳି ବନ୍ଦାପନା ହୁଳହୁଳି

କେତେ ପିଠାପଣା ଭୋଗ ଥାଳି

ଘର ସାଜସଜ୍ଜା ଲାଇଟ ଦୀପ ଜାଳି

ବାଣର ପସରା ଆସରା ଫୁଲ ତୋଳି

କୁସୁମ ପରଶେ ଫୁଲ ଅଳି ଭଳି ଭଳି

ତୁଳସୀ ମୂଳରେ ପାଣି ଢ଼ାଳି ଦୀପ ଜାଳି

ପିତୃପୁରୁଷଙ୍କୁ ବନ୍ଦାଇ ଥାଳି

ଆଲୋକ ଦେଖାଇ ପ୍ରଣତି ପୟରେ ଢ଼ାଳି

ଅନୁଭବ ଦିବ୍ୟ ଦୀପାବଳି

କରେ ଘେନି ଶ୍ରଦ୍ଧାର ଆଞ୍ଜୁଳେ ଅଞ୍ଜଳି

ପଥ ଓ ପାଥେୟ ଭଳି ଭଳି

ପଦାଙ୍କ ଅନୁସରଣରେ ଯିବାକୁ ଚଳି

ଭିକ୍ଷା ଦିଅ ପିତୃପୁରୁଷ ହେ ମହାବଳୀ

ଆତ୍ମ ସମ୍ମାନ ମାନବତା ଦେହେ ବୋଳି

ଚଳି ଯିବାକୁ ବାକି ଦି ଦିନ ମନେ ନଭାଳି

ଦୁଃଖ ନିରାଶା ହତାଶା କୁ ଦେଇ ଜଳାଞ୍ଜଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract